Latest Odisha News

BREAKING NEWS

ମହାରାଷ୍ଟ୍ର ମହାଭାରତ: ବୁଧବାର ସକାଳ ୮ଟାରେ ନୂଆ ବିଧାୟକ ନେବେ ଶପଥ

ମୁମ୍ବାଇ: ବିଧାନସଭା ନିର୍ବାଚନ ପରେ ସରକାର ଗଠନକୁ ନେଇ ଦୀର୍ଘଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ତାହା ଆସନ୍ତାକାଲି ଅନ୍ତ ଘଟିବାକୁ ଯାଉଛି । ମହାରାଷ୍ଟ୍ର ବିଧାନସଭାର ସମସ୍ତ ନିର୍ବାଚିତ ବିଧାୟକମାନେ ଗୃହରେ ଶପଥଗ୍ରହଣ କରିବେ ।

ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆସନ୍ତାକାଲି ସକାଳ ୮ଟା ବେଳେ ଏକ ସ୍ୱତନ୍ତ୍ର ଅଧିବେଶନ ଡ଼କାଇଛନ୍ତି । ଏହି ଅଧିବେଶନରେ ରାଜ୍ୟପାଳ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିବା ସମୁଦାୟ ୨୮୮ ଜଣ ବିଧାୟକଙ୍କୁ ବିଧାନସଭାର କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର୍ ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି ।

ଏଠାରେ ସୂଚନାଯୋଗ୍ୟ, ବିଧାନସଭାରେ କାମଚଳା ବାଚସ୍ପତି ରୂପେ କାଳିଦାସଙ୍କୁ ରାଜ୍ୟପାଳ ମଙ୍ଗଳବାର ଦିନ ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.