Latest Odisha News

BREAKING NEWS

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୧୯: ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଋାଞ୍ଚି: ଆସନ୍ତା ନଭେମ୍ବର ୩୦ ତାରିଖରେ ଅନୁÂିତ ହେଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁÂିତ ହେଉଥିବା ବେଳେ ଡ଼ିସେମ୍ବର ୨୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବ । ଭାରତୀୟ ନିର୍ବାଚନ କମିଶନ ନଭେମ୍ବର ୧ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିବା ସହିତ ଯେଉଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁÂିତ ହେବ ତାହାର ସମ୍ପୂର୍ଣ୍ଣ ବିବରଣୀ ଘୋଷଣା କରିଥିଲେ ।

ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଯେଉଁ ୫ଟି ପର୍ଯ୍ୟାୟରେ ଏହି ବିଧାନସଭା ନିର୍ବାଚନ ଲାଗି ମତଦାନ ହେବ ସେହି ତାରିଖ ଗୁଡ଼ିକ ହେଲା – ନଭେମ୍ବର ୩୦ରେ ୧ମ ପର୍ଯ୍ୟାୟ ମତଦାନ, ୨ୟ ପର୍ଯ୍ୟାୟ ମତଦାନ ଡ଼ିସେମ୍ବର ୭ ତାରିଖ, ୩ୟ ପର୍ଯ୍ୟାୟ ମତଦାନ ଡ଼ିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ମତଦାନ ଡ଼ିସେମ୍ବର ୧୬ ଏବଂ ୫ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଡ଼ିସେମ୍ବର ୨୦ ତାରିଖରେ ଅନୁÂିତ ହେବ । ସେହିପରି ଡ଼ିସେମ୍ବର ୨୩ ତାରିଖରେ ଭୋଟଗଣନା ହୋଇ ନିର୍ବାଚନ ଫଳାଫଳ ଘୋଷିତ ହେବ ।

ଝାଡ଼ଖଣ୍ଡ ବିଧାନସଭାରେ ମୋଟ ଆସନ ସଂଖ୍ୟା ୮୧ । ଝାଡ଼ଖଣ୍ଡରେ ଶାସକ ବିଜେପି ଏହି ନିର୍ବାଚନ ଜିତି ପୁନର୍ବାର ଶାସନ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ କଂଗେସ ସମେତ ଅନ୍ୟ ଦଳଗୁଡ଼ିକ ସହିତ ମଧ୍ୟ ୍ର ବିଜେପିର ତୀବ୍ର ପ୍ରଦିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି । ଭାରତୀୟ ଜନତା ପାର୍ଟି ବ୍ୟତୀତ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ), ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେ଼ଣ୍ଟ ୟୁନିୟନ (ଏଜେଏସୟୁ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ପରି ରାଜନୈତିକ ଦଳଗୁଡ଼ିକ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ସହିତ ଜେଏମଏମ-କଂଗ୍ରେସ ଓ ଆରଜେଡ଼ି ମେଣ୍ଟ ପ୍ରତିଦ୍ୱନ୍ଦିତା କରିବେ । ସମୁଦାୟ ୮୧ଟି ଆସନ ମଧ୍ୟରୁ ଜେଏମଏମ ୪୩ଟି ଆସନରେ, କଂଗ୍ରେସ ୩୧ଟି ଆସନରେ ଏବଂ ଆରଜେଡ଼ି ୭ଟି ଆସନରେ ନିର୍ବାଚନ ଲଢିବେ ।

ଏହି ନିର୍ବାଚନରେ ୮୧ଟି ଆସନ ଲାଗି ମୋଟ ୧୮୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

ଶାସକ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ଜାତୀୟ ଅଧ୍ୟକ୍ଷ ଅମିତ ଶାହ, ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମୁଖ୍ୟ ନିର୍ବାଚନ ପ୍ରଚାରକ ରହିଛନ୍ତି ।

Leave A Reply

Your email address will not be published.