Latest Odisha News

BREAKING NEWS

ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ବ୍ୟାଙ୍କ କାଟିଛି ୧୯୯୬ କୋଟି !

ଭୁବନେଶ୍ୱର:  ୨୦୧୮-୨୦୧୯ ଆର୍ଥିକ ବର୍ଷରେ ସଞ୍ଚୟ ଖାତାରେ ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ସରକାରୀ ବ୍ୟାଙ୍କ ଜୋରିମାନା ଆକାରରେ ୧୯୯୬.୪୬ କୋଟି ଟଙ୍କା ପାଇଛି |

ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୋମବାର ଦିନ ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି |

ସୂଚନାଯୋଗ୍ୟ ଯେ ଆର୍ଥିକ ବର୍ଷ ୨୦୧୭-୨୦୧୮ ରେ ବ୍ୟାଙ୍କ ଜୋରିମାନା ଆକାରରେ ୩୩୬୮.୪୨ କୋଟି ଟଙ୍କା ପାଇଥିବା ବେଳେ, ଆର୍ଥିକବର୍ଷ ୨୦୧୬-୨୦୧୭ରେ ୭୯୦.୨୨ କୋଟି ଟଙ୍କା ଜୋରିମାନା ଆକାରରେ ପାଇଥିଲା |

ଶ୍ରୀ ଠାକୁର ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ପୂର୍ବ ବର୍ଷ ତୁଳନାରେ ଜୋରିମାନା ଅର୍ଥ କମିବାର ମୁଖ୍ୟ କାରଣ ହେଉଛି ଏସବିଆଇ ଦ୍ୱାରା ଜମା ଖାତା ଉପରେ ମିନିମମ ଜମାରାଶି ଉପରେ ଜୋରିମାନା ଶୁଳ୍କ ୨୦୧୭ ରୁ କମାଇ ଦିଆଯାଇଥିଲା |

ଆହୁରି ମଧ୍ୟ ସେ ନିଜ ଉତ୍ତରରେ କହିଥିଲେ ଯେ , ବ୍ୟାଂକମାନେ ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ବା ବିଏସବିଡିରେ ମିନିମମ ବାଲାନ୍ସ ନରଖିଲେ ବି କୌଣସି ଜୋରିମାନ ଆଦାୟ ହେବନି |

ଏହାବ୍ୟତିତ ଆରବିଆଇ ଅନୁସାରେ, ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଦେଶରେ ୫୭.୩ କୋଟି ବିଏସବିଡି ଖାତା ଥିଲା ଯେଉଁଥିରେ ୩୫.୨୭ କୋଟି ଜନଧନ ଖାତା ରହିଥିଲା ବୋଲି ସେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.