Latest Odisha News

BREAKING NEWS

ମହାରାଷ୍ଟ୍ର ସରକାରଙ୍କ ନୂଆ ନିୟମ: ସରକାରୀ ଅଫିସରେ ଜିନ୍ସ ମନା

ମହାରାଷ୍ଟ୍ର: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ କରିଛନ୍ତି ମହାରାଷ୍ଟ୍ର ସରକାର । ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ କିମ୍ବା ଟିସାର୍ଟ ପିନ୍ଧି ଯାଇପାରିବେ ନାହିଁ । ସେକ୍ରେଟାରୀଏଟ୍ କିମ୍ବା ସରକାରୀ ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ଯିବାକୁ ବାରଣ କରାଯାଇଛି । ସରକାରୀ ଓ ଠିକା କର୍ମଚାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଅଫିସକୁ ଫର୍ମାଲ ପୋଷାକ ପିନ୍ଧି ଆସିବା ପାଇଁ କୁହାଯାଇଛି ।

BjdElectrycity

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ବିଭିନ୍ନ ଲୋକ ନିଜର କାମ ପାଇଁ ସରକାରୀ ଅଫିସକୁ ଆସୁଛନ୍ତି । ଏପରି ସମୟରେ ସରକାରୀ ପ୍ରତିନିଧି ଭାବେ କର୍ମଚାରୀଙ୍କ ପୋଷାକ ବେଶ୍ ମହତ୍ବପୂର୍ଣ୍ଣ । ଜଣେ କର୍ମଚାରୀ ପ୍ରଫେସନାଲ ଦେଖାଯିବା ଆବଶ୍ୟକ ।ମହିଳା କର୍ମଚାରୀମାନେ ଶାଢୀ, ସାଲୱାଲ, ଟ୍ରାଉଜର ପ୍ୟାଣ୍ଟ, କୁର୍ତ୍ତି ପିନ୍ଧିପାରିବେ । ପୁରୁଷ କର୍ମଚାରୀମାନେ ଫର୍ମାଲ ସାର୍ଟ ପାଣ୍ଟ ପିନ୍ଧି ଆସିବା ପାଇଁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.