Latest Odisha News

BREAKING NEWS

‘ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩’ର ଶୁଭ ମହୁରତ ଅନୁଷ୍ଠିତ

ଭବାନୀପାଟଣା: ସହିଦ ରେଣ୍ଡୋ ମାଝୀଙ୍କ ଜୀବନୀ ଓ ସଂଘର୍ଷକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର । ଏଥି ପାଇଁ ଭବାନୀ ପାଟଣାରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମର ନାଁ ରହିଛି ‘ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩’ । ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଶକ୍ତି ମନ୍ତ୍ରୀ ଦିବୟଶଙ୍କର ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ।

ଚଳଚ୍ଚିତ୍ରଟି କୋଶଳୀ ଓ ହିନ୍ଦି ଭାଷାରେ ପ୍ରସ୍ତୁତ ହେବ । ଅମରେଶ ଜେନା ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ରେଣ୍ଡୋ ମାଝୀ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡ ଅଭିନେତା ମନୋଜ ମିଶ୍ର । ପଙ୍କଜ ଜାଲ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଆଜିଠାରୁ ଏହାର ସୁଟିଂ ଆରମ୍ଭ ହୋଇଛି । ବିଶେଷ କରି କଳାହାଣ୍ଡି ଓ କନ୍ଧମାଳରେ ଏହାର ସୁଟିଂ ଲୋକେସନ ରହିଥିବା ସୂଚନା ଦିଆଯାଇଛି ।

ସହିଦ ରେଣ୍ଡୋ ମାଝୀକୁ ନେଇ ଇତିହାସରେ ଅନେକ କଥା ଉଲ୍ଲେଖ ରହିଛି । ତାଙ୍କ ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ଏହି ଚଳଚ୍ଚିତ୍ର ତିଆରି କରାଯାଉଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.