Latest Odisha News

ପ୍ରିୟଙ୍କା ଓ ଫରହାନ୍‌ଙ୍କୁ ମହାରାଷ୍ଟ୍ର ପୋଲିସ ଦେଲା ଚେତାବନୀ, ଜାଣନ୍ତୁ କାହିଁକି

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍‌ ଅଖତରଙ୍କୁ ଚେତାବନୀ ଦେଇଛି ମହାରାଷ୍ଟ୍ର ପୋଲିସ। ଏହି ଦୁଇ କଳାକାରଙ୍କ ଆଗାମୀ ସିନେମା ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ରହିଥିବା ଏକ ଦୃଶ୍ୟ ପାଇଁ ଚେତାବନୀ ମିଳିଥିବା ଶୁଣିବାକୁ ମିଳିଛି ।

ଦୁଇଦିନ ଏହି ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଥିଲା । ଏହାର ଏକ ଦୃଶ୍ୟରେ ପ୍ରିୟଙ୍କା ଫରହାନଙ୍କୁ କହୁଛନ୍ତୁ, ‘ଯେମିତି ହିଁ ତାଙ୍କ ଝିଅ ଆଇଶା ବଡ଼ ହେବ, ସେତେବେଳେ ସେ ବ୍ୟାଙ୍କ ଲୁଟି ନେବ’।

ଟ୍ୱିଟରରେ ଏହିଦୃଶ୍ୟକୁ ଉପଲୋଡ କରି ମହାରାଷ୍ଟ୍ର ପୋଲିସ ଚେତାବନୀ ଦେଇଛି କି, ‘ବ୍ୟାଙ୍କ ଡକାୟତିରେ ଆଇପିସି ଧାରା ୩୯୩ ଅନୁସାରେ ଅଭିଯୁକ୍ତଙ୍କୁ ଜରିମାନା ସହିତ ୭ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ’। ଜବାବରେ ପ୍ରିୟାଙ୍କା ଲେଖିଛନ୍ତି ଯେ, ‘ଉଫ୍‌, ଧରାପଡ଼ିଗଲି… ଏବେ ‘ପ୍ଲାନ୍‌ ବି’କୁ ସକ୍ରିୟ କରିବାର ସମୟ’।

ସେଠି ଫରହାନ୍‌ ମଧ୍ୟ ମଜାଳିଆ ଢଙ୍ଗରେ କହିଛନ୍ତି, ‘କେବେ ବି କ୍ୟାମେରାରେ ଡକାୟତି ଯୋଜନା କରିବନି’। ତେବେ ଫରହାନଙ୍କ ଟ୍ୱିଟର ଉତ୍ତର ଦେବାକୁ ଯାଇ ପୋଲିସ କହିଛି, ଯେଉଁଠି ବି ଯୋଜନା କରାଯାଉଥିବ, ସେମାନଙ୍କୁ କଠୋର କାରାବାସ ଦଣ୍ଡ ଦିଆଯିବ, ଯାହାକି ୧୦ବର୍ଷ ପଯ୍ୟର୍ନ୍ତ ହୋଇପାରେ। ଧାରା ୩୯୯ ଅଧୀନରେ ତାଙ୍କୁ ଜରିମାନା ମଧ୍ୟ ଭରିବାକୁ ପଡ଼ିବ।

Comments are closed.