Latest Odisha News

BREAKING NEWS

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ‘ଡ୍ରିମଗାର୍ଲ’

ମୁମ୍ବାଇ: ଫ୍ରାଇଡେ ରିଲିଜ୍‌ରେ ହଲ୍‌କୁ ଆସିଛି ନୂଆ ମୁଭି ‘ଡ୍ରିମଗାର୍ଲ’ । କମେଡିରେ ଭରପୁର ଏହି ଚଳଚ୍ଚିତ୍ରର ଲିଡ଼ ରୋଲରେ ଅଛନ୍ତି ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ ଅଭିନେତା ଆୟୁଷ୍ମାନ୍‌ ଖୁରାନା । ଫିମେଲ୍‌ ଭଏସ ସହ ଫିମେଲ୍‌ ଲୁକ୍‌ରେ ନଜର ଆସିଛନ୍ତି ଆୟୁଷ୍ମାନ। ତାଙ୍କ ଅପୋଜିଟରେ ଅଛନ୍ତି ନୁସରତ ଭାରୁଚା ।

ରାଜ ସାଣ୍ଡିଲ୍ୟ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଓ ନୁସରତଙ୍କ ବ୍ୟତୀତ ଅନ୍ନୁ କପୁର, ଭିଜୟ ରାଜ, ଅଭିଷେକ ବାନାର୍ଜି, ମନଜୋତ ସିଂ, ନିଧି ବିସ୍ତ, ରାଜେଶ ଶର୍ମା ଓ ରାଜ ବଶାଳି ଅଭିନୟ କରିଛନ୍ତି । ଫିଲ୍ମଟି ରିଲିଜ୍‌ ପୂର୍ବରୁ ଏହାର ଗୀତ ଗୁଡିକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଏହାର ପ୍ରଯୋଜିକା ଶୋଭା କପୁର ଓ ଏକତା କପୁର ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.