ମୁମ୍ବାଇ: କରୋନାର ନୂଆ ରୂପ ଅର୍ଥାତ୍ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଏବେ ଚିନ୍ତା ବଢାଇଲାଣି। ମହାରାଷ୍ଟ୍ରରେ ଶୁକ୍ରବାର ଦିନ କୋଭିଡ-୧୯ ର ନୂତନ ଡେଲଟା ପ୍ଲସ ଭାରିଆଣ୍ଟ ପ୍ରଥମ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି।
ମୁମ୍ବାଇର ଘାଟକୋପରରୁ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଡେଲଟା ପ୍ଲସ୍ ଭାରିଆଣ୍ଟର ୨୦ରୁ ଅଧିକ ମାମଲା ରିପୋର୍ଟ ହୋଇଛି।
ଏହାପୂର୍ବରୁ ମଧ୍ୟପ୍ରଦେଶରେ ନୂଆ ଭାରିଆଣ୍ଟ ଯୋଗୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Comments are closed.