Latest Odisha News

BREAKING NEWS

ପାହ୍ୟା ସାଧାରଣ, କର୍ମ ଅସାଧାରଣ !

ନନ୍ଦୁରବାର: ପେଶାରେ ଜଣେ ସାଧାରଣ ଅଙ୍ଗନୱାଡି କର୍ମୀ । ହେଲେ ଲୋକଙ୍କ ପାଖରେ ସେ ପାଲଟିଛନ୍ତି ଭଗବାନ ସଦୃଶ । ସ୍ୱଳ୍ପ ଆୟ, ଅସ୍ଥାୟୀ ଚାକିରୀ । ହେଲେ ମନରେ ନାହିଁ କୌଣସି ଅବଶୋଷ । ନିଃସ୍ୱାର୍ଥପର ଭାବେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଅବିରତ ଖଟି ଚାଲିଛନ୍ତି । ଏପରିକି କି କରୋନା ମହାମାରୀରେ ବି ସେ ପଛଘୁଂଚା ଦେଇନଥିଲେ । ନାଁ ତାଙ୍କର ରିଲୁ ବସଭେ । ଘର ମହାରାଷ୍ଟ୍ରର ନନ୍ଦୁରବାର ଅଂଚଳ ।

ପାହ୍ୟା ସାଧାରଣ ଥିଲେ ବି ସେ ତାଙ୍କ କର୍ମକୁ ଅସାଧାରଣ କରିଦେଖାଇଛନ୍ତି । ଅଦିନିଆ ନୁହେଁ, ପ୍ରତିଦିନ୧୮କିମି ନୌକା ଚଳାଇ ଆଦିବାସୀ ଲୋକଙ୍କ ପାଖରେ ପହଂଚିଥାନ୍ତି । ନବଜନ୍ମିତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଖରେ ଯେମିତି ପୁଷ୍ଟିକର ଖାଦ୍ୟର ଅଭାବ ନ ହୁଏ, ସେଥିପାଇଁ ଭୋକଶୋଷ ବି ଭୁଲିଯାଆନ୍ତି । ଜଣେ ମହିଳାଙ୍କ ପକ୍ଷେ ପ୍ରତିଦିନ ୧୮କିମି ନୌକା ଚଳାଇବା ଏତେଟା ସହଜ ନୁହେଁ । ତଥାପି ନିଜ କର୍ତ୍ତବ୍ୟରେ କେବେ ହେଳା କରିନାହାଁନ୍ତି ରିଲୁ ବସଭେ ।

ଚଳିତବର୍ଷ ଏପ୍ରିଲ୍ ମାସରେ ଅଙ୍ଗନୱାଡିରେ ଯୋଗଦେଇଥିଲେ । ହେଲେ କରୋନା ମହାମାରୀକୁ ବି ସେ ଭ୍ରୁକ୍ଷେପ କରିନଥିଲେ । ପ୍ରତିଦିନ ସେ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାଠୁ ଆରମ୍ଭ କରି ଅନ୍ୟ ନିତିଦିନିଆ କାର୍ଯ୍ୟ ସମାପନ କରିଥାନ୍ତି । ରିଲୁ ବସଭେଙ୍କ ଏହି କର୍ତ୍ତବ୍ୟ ପରାୟଣତା ସାରା ଦେଶରେ ଚର୍ଚ୍ଚା ସାଉଣ୍ଟିଛି ।

Leave A Reply

Your email address will not be published.