Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ସମୁଦ୍ର କୂଳରେ ପଡିରହିଛି ଶହେରୁ ଊର୍ଦ୍ଧ୍ୱ ତିମିଙ୍କ ମୃତ ଦେହ

ୱିଲିଂଟନ: ନ୍ୟୁଜିଲାଣ୍ଡର ସମୂଦ୍ର କୂଳରେ ଶହ ଶହ ତିମି ଓ ଡଲଫିନଙ୍କ ମୃତଦେହ ଚାଥମ ଦ୍ୱୀପରେ ପଡିରହିଛି । ବୁଧବାର ସୁଦ୍ଧା ୯୭ ତିମି ଏବଂ ୩ଟି ଡଲଫିନଙ୍କ ମୃତ ଦେହ ଲାଗିଛି ।୩୦ ପାଖାପାଖି ତିମିଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ଚିକିତ୍ସା କରାଯାଉଛି । ଏତେ ସଂଖ୍ୟକ ତିମି କାହିଁକି ମୃତ୍ୟୁ ମୁଖରେ ପଡୁଛନ୍ତି ସେ ନେଇ ପରିବେଶବିତ୍ ମାନେ ଚିନ୍ତାରେ ପଡିଛନ୍ତି ।

ଜୁଆରରେ ଭାସି ଆସିବା ପରେ ସେମାନେ ଗଭୀର ସମୁଦ୍ରକୁ ଯାଇପାରି ନ ଥିବାରୁ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ୧୯୧୮ରେ ହଜାରରୁ ଅଧିକ ସାମୁଦ୍ରିକ ପ୍ରାଣୀଙ୍କ ମୃତ ଶରୀର ଏଠାରେ ଭାସି ଆସି ଲାଗିଥିଲା । ସେହିପରି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ମଧ୍ୟ ଶହ ଶହ ତିମି ମରିକି ପଡିଥିଲେ ।

Leave A Reply

Your email address will not be published.