Latest Odisha News

BREAKING NEWS

ମିଳିଲା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସମ୍ଭାବ୍ୟ ଠିକଣା !

ଭୁବନେଶ୍ୱର‌: ଏବେ ବି ଉତ୍ତର କୋରିଆ କିମ ଜୋଙ୍ଗ ଉନ୍‌ଙ୍କ ନାଁରେ ବିଦେଶୀ ନେତା ଓ ଘରୋଇ କର୍ମଚାରୀଙ୍କୁ ଚିଠି ତଥା ଉପହାର ପଠାଉଛି । ସାରା ଦେଶରେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହସ୍ୟ ଘନେଇବାରେ ଲାଗିଛି । ହେଲେ ମୁହଁ ବନ୍ଦ ରଖିଛି ଉତ୍ତର କୋରିଆ ।

ସତରେ କ’ଣ କୋମା କିମ୍ବା ମସ୍ତିଷ୍କ ମୃତବସ୍ଥାରେ ଅଛନ୍ତି କିମ୍ ? ନା ତାଙ୍କ ଉଭାନ୍ ହେବା ଘଟଣା ଆମେରିକା ଓ ଏସୀୟ ଦେଶ ପାଇଁ ଆସନ୍ନ ଝଡର ଆଭାସ୍ ? ନିକଟରେ ଚାଇନା ତାଙ୍କ ପାଖକୁ ଏକ ଡାକ୍ତରୀ ଦଳ ପଠାଇଥିଲା ।

ଏହି ଘଟଣାକୁ ନେଇ ସାରା ବିଶ୍ୱରେ ତର୍କ ହୋଇଥିଲା କିମଙ୍କୁ ସଂକ୍ରମିତ ହୋଇଛି କୋଭିଡ୍‌-୧୯ । ଏହି କାରଣରୁ କରୋନାଭାଇରସର ଜନ୍ମଦାତା ଚାଇନାରୁ ହିଁ ଡାକ୍ତରୀ ଦଳ ଉତ୍ତର କୋରିଆ ଆସିଥିବା ଗୁଜବ ଉଠିଛି ।

ନ୍ୟୁଜ୍ ଏଜେନ୍ସି ରୟଟର୍ସର ରିପୋର୍ଟ ଅନୁଯାୟୀ ୱାଶିଂଟନରେ ଥିବା ଉତ୍ତର କୋରିଆର ଏକ ମନିଟରିଂ ପ୍ରୋଜେକ୍ଟ 38 North, କିମ୍ ଜୋଙ୍ଗ୍‌ଙ୍କ ସମ୍ଭାବ୍ୟ ଠିକଣାର ଏକ ସାଟେଲାଇଟ୍ ଫଟୋ ଜାରି କରିଥିଲା । ସାଟେଲାଇଟ୍ ଇମେଜ୍ ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆରେ କିମଙ୍କ ପରିବାର ପାଇଁ ଉଦ୍ଧିଷ୍ଟ ୱନ୍‌ସାନ୍‌ର ଲିଡର୍‌ସିପ୍ ଷ୍ଟେସନ୍‌ରେ କିମ୍‌ଙ୍କ ବ୍ୟକ୍ତିଗତ ଟ୍ରେନ୍ ଅପ୍ରେଲ୍ ୨୧ ଓ ୨୩ରେ ପାର୍କ ହୋଇଥିଲା ।

ଟ୍ରେନଟି ୱନ୍‌ସାନ୍‌ରେ ଥିଲେ ବି କିମ୍ ସେଠାରେ ଉପସ୍ଥିତ ଥିବା ନେଇ ନ୍ୟୁଜ ଏଜେନ୍ସି ରୟଟର୍ସ କୌଣସି ବଳିଷ୍ଠ ପ୍ରମାଣ ଦେଇପାରିନି । ଅପ୍ରେଲ୍‌୧୧ରେ ଶେଷ ଥର ପାଇଁ ଏକ ବୈଠକରେ ଅଧ୍ୟକ୍ଷତା କରିବା ପରେ କିମ୍‌ଙ୍କର କୌଣସି ପତା ମିଳୁନି । ଦେଶରେ ଗଣମାଧ୍ୟମକୁ ଏକପ୍ରକାର ବାନ୍ଧି ରଖି କିମଙ୍କ ଉଭାନ ହେବା ଘଟଣାକୁ ରହସ୍ୟର ଘନ ଅନ୍ଧାର ଭିତରକୁ ଠେଲିଦେଇଛି ଉତ୍ତର କୋରିଆ ।

Leave A Reply

Your email address will not be published.