ମହାରାଷ୍ଟ୍ର: ରାଜଭବନ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ପରେ ଆଇସୋଲେସନରେ ଅଛନ୍ତି ରାଜ୍ୟପାଳ ଭଗତ ସିଂହ କୋସିୟାରି । ଆଗାମୀ କିଛି ଦିନ ପାଇଁ ସେ କାମ କରିବେ ନାହିଁ । ମହାରାଷ୍ଟ୍ର ରାଜଭବନର ପାଖାପାଖି ୧୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି ରାଜ୍ୟପାଳଙ୍କ ନିକଟରେ କାମ କରୁଥିଲେ ।
କରୋନା ସଂକ୍ରମିତ ମହାରାଷ୍ଟ୍ର ରାଜଭବନ କର୍ମଚାରୀଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । କିଛି ଦିନ ତଳେ ରାଜଭବନର ଜଣେ ଇଲେକ୍ଟ୍ରିସିଆନ ପ୍ରଥମେ ଭୂତାଣୁ ସଂକ୍ରମିତ ହୋଇଥିଲେ ।ଏହାପରେ ଅନ୍ୟମାନେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Comments are closed.