Latest Odisha News

BREAKING NEWS

ପ୍ରଥମ ଥର ମାସ୍କ ପିନ୍ଧିଥିବା ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: କରୋନା ମହାମାରୀ ଭିତରେ ପ୍ରଥମ ଥର ମୁହଁରେ ମାସ୍କ ପିନ୍ଧିଛନ୍ତି ଆମେରିକା ରାଷ୍ଚ୍ରପତି । ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ମାସ୍କ ସହ ନଜର ଆସିଛନ୍ତି । ଗତକାଲି ଏକ ହସ୍ପିଟାଲ ଗସ୍ତ କରିବା ସମୟରେ ଏଭଳି ଗେଟଅପରେ ଟ୍ରମ୍ପଙ୍କୁ ଦେଖିବାକୁ ମିଳିଥିଲା ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହତ ଯବାନଙ୍କୁ ଭେଚିବା ପାଇଁ ଓ୍ୱାଲଟର ଷ୍ଟ୍ରିଟରେ ପହଞ୍ଚିଥିଲେ । ଏତିକିବେଳେ ସେ ମୁହଁରେ ପିନ୍ଧିଥିଲେ କଳା ରଙ୍ଗର ମାସ୍କ । ଟ୍ରମ୍ପ କହିଥିଲେ, ଯେତେବେଳେ ହସ୍ପିଟାଲ ଯାଉଛନ୍ତି ଏବଂ ସେହି ସମୟରେ ଦେଶର ସୈନିକଙ୍କ ସହ କଥା ହେବା ବେଳେ ମାସ୍କ ପିନ୍ଧିବା ଭଲ କଥା । ଓ୍ୱାଲଟର ଷ୍ଟ୍ରିଟ ଯିବା ପୂର୍ବରୁ ହ୍ୱାଇଟ ହାଉସ ନିକଟରେ ଗଣମାଧ୍ୟମକୁ ଏକଥା କହିଥିଲେ ଆମେରିକା ରାଷ୍ଟ୍ରପତି ।

ଏହାସହ ଟ୍ରମ୍ପ କହିଥିଲେ, ସେ ମାସ୍କ ବିରୋଧରେ ନୁହନ୍ତି । କିନ୍ତୁ ମାସ୍କ ପିନ୍ଧିବାର ଗୋଟିଏ ସମୟ ଓ କିଛି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି । କିଛି ମାସ ତଳେ ଟ୍ରମ୍ପ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ମନା କରିଥିଲେ । ଏବେ ସ୍ୱର ବଦଳାଇଛନ୍ତି ଟ୍ରମ୍ପ ।

Leave A Reply

Your email address will not be published.