Latest Odisha News

BREAKING NEWS

ମହାଶିବରାତ୍ରି ୨୦୨୫; ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସହ ୧୪୪ଟି ଶିବ ଲିଙ୍ଗ ନିର୍ମାଣ

ପୁରୀ: ରାତି ପାହିଲେ ପବିତ୍ର ମହାଶିବରାତ୍ରି ତଥା ଜାଗର ଯାତ୍ରା । ସମସ୍ତ ଶିବାଳୟରେ ଲାଗିବ ଭକ୍ତଙ୍କ ଭିଡ । ସାରା ରାତି ଉଜାଗର ହୋଇ ଦେବ ଦେବ ମହାଦେବଙ୍କ ନିମନ୍ତେ ଜାଗର ଦୀପ ଜାଳିବେ ଭକ୍ତ । ତେବେ ଏହି ଅବସରରେ ପୁରୀ ବେଳାଭୂମିରେ ଅତି ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଏହି ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ଶିବଙ୍କର ପ୍ରତିମୂର୍ତ୍ତି ସହ ଶିବ ଲିଙ୍ଗ, ଶିବଙ୍କ ବାହନ ସାପ ମଧ୍ୟ ଏଥିରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ଏହି ବାଲୁକା କଳାରେ ୧୪୪ଟି କୁମ୍ଭ ସହିତ ୧୪୪ଟି ଶିବ ଲିଙ୍ଗ ମଧ୍ୟ ସ୍ଥାନ ପାଇଛି । ମହାଶିବରାତ୍ରୀରେ ମହାକୁମ୍ଭ ଶେଷ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସୁଦର୍ଶନ ଏଭଳି ବାଲୁକା କଳା ନିର୍ମାଣ କରିଥିବା କହିଛନ୍ତି ।

ଏହି ବାଲୁକା କଳାଟିକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ୬ ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ୮ ଟନ୍ ବାଲି ବ୍ୟବହୃତ ହୋଇଛି । ତେବେ ସୁଦର୍ଶନଙ୍କ ଏହି ବାଲୁକାକଳା ଦେଖିବା ପାଇଁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମିଥିବା ଦେଖିବାକୁ ମିଳିଛି ।

 

Comments are closed.