Latest Odisha News

BREAKING NEWS

ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର , ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର : ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର । ମମିତା ତାତି ଥମି ନଥିବା ବେଳେ କେନ୍ଦୁଝରରେ ଏପରି ଅଘଟଣ ଘଟିଛି । ହଳଦିଆ ଗୁଣା ଗାଁର ଏକ ପଡ଼ିଆରୁ ନାବାଳିକାର ଅର୍ଦ୍ଧନଗ୍ନ ମୃତ ଦେହ ଉଦ୍ଧାର କରିଛି ପୋଲିସ । ପାରିପାଶ୍ୱିକ ସ୍ଥିତିରୁ ଜଣପାଡିଛି ଯେ ନାବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା କରିଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଜାରି ରଖିଛନ୍ତି।

ଗତ ୨୦ ତାରିଖ ରାତିରୁ ନିଖୋଜ ଥିବା ଏକ ଆଦିବାସୀ ନାବାଳିକାର ମୃତ ଦେହ ମିଳିଛି ।  ଗାଁରେ ଚାଲିଥିବା ଝୁମର ନାଚ ଦେଖିବାକୁ ପରିବାର ଲୋକଙ୍କ ସହ ନାବାଳିକା ଜଣଙ୍କ ଯାଇଥିଲେ । ହେଲେ ନାଚ ଅଧାରୁ ଝିଅକୁ ପାଖରେ ନ ପାଇ ଝିଅର ମା ପାଖରେ ଖୋଜା ଖୋଜି କରି ତାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ । ପରେ ନାବାଳିକା ବାପା ସେଠାରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହ ବହୁ ଖୋଜା ଖୋଜି କରିଥିଲେ ସୁଧା ଝିଅ ମିଳି ନ ଥିଲା । ଶେଷରେ ଗତ କାଲି ପରିବାର ଲୋକ ସଦର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ଗତ କାଲିଠାରୁ ପୋଲିସ ଗାଁର ବିଭିନ୍ନ ଅଞ୍ଚଳ ଖୋଜିଥିଲା । ହେଲେ ଝିଅକୁ ପାଇ ନ ଥିଲା । ଆଜି ସକାଳୁ ପୁଣି ଗ୍ରାମବାସୀଙ୍କ ସହ ମିଶି ପୋଲିସ ଖୋଜା ଖୋଜି କରିଥିଲା । ଶେଷରେ ହଳଦିଆ ଗୁଣା ଗାଁର ଏକ ପଡିଆ ରୁ ଝିଅର ମୃତ ଦେହ ଉଦ୍ଧାର ହୋଇଥିଲା ।

Leave A Reply

Your email address will not be published.