Latest Odisha News

ସୁଶାନ୍ତ ସିଂଙ୍କ ମୃତ୍ୟୁ ଦିନ କ’ଣ ହୋଇଥିଲା? ରହସ୍ୟ ଖୋଲିଲେ ତାଲା ଭାଙ୍ଗିଥିବା ବ୍ୟକ୍ତି

ମୁମ୍ବାଇ: ଦିନକୁ ଦିନ ଆହୁରି ଅଧିକ ବିବାଦୀୟ ହେଉଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା । ତାଙ୍କ ମୃତ୍ୟୁ ରହସ୍ୟ ଉପରେ ଏବେବି ସସ୍‌ପେନ୍ସ ଜାରି ରହିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ସମସ୍ତଙ୍କ ତନ ତନ କରି ଜେରା କରୁଛି । ଏହାରି ଭିତରେ ସୁଶାନ୍ତ ମୃତ୍ୟୁ ଦିନ ତାଙ୍କ ବେଡ୍ ରୁମ୍‌ର କିଏ ତାଲା ଭାଙ୍ଗିଥିଲା ଏବଂ ସେ ଦିନ କ’ଣ ହୋଇଥିଲା ତାହା ସାମ୍ନାକୁ ଆସିଛି ।

ଏକ ଗଣମାଧ୍ୟର ରିପୋର୍ଟ ଅନୁସାରେ ଜୁନ୍ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ନିଜ ଘରୁ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଏହି ଦିନ ତାଙ୍କ ବେଡ୍ ରୁମ୍‌ରେ ଲକ୍ ଭାଙ୍ଗିଥିଲେ ମହମ୍ମଦ ରଫି ଶେଖ ।

ମହମ୍ମଦ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଜୁନ୍ ୧୪ ତାରିଖ ଦିନ ସୁଶାନ୍ତ ଶୋଇବା ଘରର ତାଲା ଭାଙ୍ଗିବାକୁ ତାଙ୍କୁ ଡକାଯାଇଥିଲା । ସୁଶାନ୍ତ ବେଡରୁମ୍‌ର ଲକ୍ କମ୍ପ୍ୟୁଟର ଦ୍ୱାରା କରାଯାଇଥିଲା । ଏହି ଲକ୍‌କୁ ମହମ୍ମଦ ହାତୁଡି ଓ ଛୁରୀ ଦ୍ୱାରା ଭାଙ୍ଗିଥିଲେ । ତେବେ କବାଟ ଖୋଲିବା ପରେ ସେଠାରେ ଥିବା ଲୋକମାନେ ଭିତରେ କ’ଣ ହୋଇଛି ଓ କିଏ ଅଛି ସେ କଥା ଦେଖିବାକୁ ଦେଇନଥିଲେ । ସେଠାରେ ଥିବା ୩ରୁ ୪ ଜଣ ବ୍ୟକ୍ତି ତାଙ୍କୁ ସେଠାରୁ ସାଙ୍ଗେସାଙ୍ଗେ ଚାଲିଯିବାକୁ କହିଥିଲେ ।

ପାଉଣା ପାଇବା ପରେ ମହମ୍ମଦ ଫ୍ଲାଟରୁ ଚାଲିଯାଇଥିଲେ । ସେଠାରେ ଥିବା ବ୍ୟକ୍ତିମାନେ କିନ୍ତୁ ଲକ୍ ଭାଙ୍ଗିବା ପରେ ଚିନ୍ତିତ ନହୋଇ ରିଲାକ୍ସ ଥିଲେ । ଏହାପରେ ଦ୍ୱିତୀୟ ଥର ପାଇଁ ପୋଲିସ ମହମ୍ମଦଙ୍କୁ ପୁଣି ଥରେ ଫ୍ଲାଟ ଭିତରକୁ ଡାକିଥିଲା । ଏହାପରେ ଯାଇ ସେ ଜାଣିଥିଲେ ଯେ, ତାହା ଅଭିନେତା ସୁଶାନ୍ତଙ୍କ ଘର ବୋଲି ସେ କହିଛନ୍ତି ।

ତେବେ ତାଲ ଭାଙ୍ଗିଥିବା ବ୍ୟକ୍ତିଙ୍କୁ କିଏ ଡାକିଥିଲା ଏବଂ ତାଙ୍କୁ କାହିଁକି ରୁମ୍ ଭିତରେ କ’ଣ ଘଟିଛି ଦେଖିବାକୁ ଦିଆଯାଇନଥିଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ସୂଚନା ଯୋଗ୍ୟ ଯେ, ଆଜି ସିବିଆଇ ଟିମ୍ ସୁଶାନ୍ତଙ୍କ ଫ୍ଲାଟକୁ ଯାଇ ଛାନଭିନ୍ କରିଛି ।

Leave A Reply

Your email address will not be published.