Latest Odisha News

ଯମୁନା ନଦୀର ଶୁଦ୍ଧିକରଣ ପାଇଁ ମହାଯଜ୍ଞ ଆରମ୍ଭ

ନୂଆଦିଲ୍ଲୀ: ପ୍ରଦୂଷଣର ଚରମ ସୀମାରେ ପହଞ୍ଚିଛି ଯମୁନା ନଦୀର ଜଳ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଆଉ ଯମୁନା ନଦୀର ଶୁଦ୍ଧତା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ଯମୁନା ସାଂସଦ ରବିଶଙ୍କର ତିଓ୍ବାରୀ । ସେ ସଙ୍କଳ୍ପ ନେଇଛନ୍ତି ଯେ, ‘ଯଦି ଯମୁନା ବଞ୍ଚିବ, ତେବେ ଯାଇ ଦିଲ୍ଲୀ ବଞ୍ଚିବ’ ।

ଯମୁନା ନଦୀର ଅବିରଳତା ଓ ନିର୍ମଳତା ପାଇଁ ସେ ଏକ ଐତିହାସିକ ଯାତ୍ରା ର ଆରମ୍ଭ କରିଛନ୍ତି ଯାହା ପ୍ରତ୍ୟେକ ଯମୁନା ପତ୍ରକୁ ତନ, ମନ, ଧନ ସହ ଜୋଡି ରଖିବାର ଉଦ୍ଦେଶ୍ୟ । ଏନେଇ ସେ ଭାଇ ଦୁଜ ଅବସରରେ ଯମୁନାର ଶୁଦ୍ଧିକରଣ ପାଇଁ ‘ଭିକ୍ଷାଟନ ମହାଯଜ୍ଞ’ ର ଆରମ୍ଭ କରିଛନ୍ତି । ଏହି ଜନଜାଗରଣ ଅଭିଯାନ ଆସନ୍ତା ବର୍ଷ ଭାଇ ଦୁଜ ପର୍ଯ୍ୟନ୍ତ ଚାଲିବ ।

ଏହି ସମୟ ମଧ୍ୟରେ, ପରବର୍ତ୍ତୀ ଭଇ ଦୁଜ ପର୍ଯ୍ୟନ୍ତ, ଯମୁନା ସଂସଦର ସଂଯୋଜକ ଓ ଯମୁନା ଭିକ୍ଷୁ ରବିଶଙ୍କର ତିଓ୍ବାରୀ ଦିଲ୍ଲୀ-ଏନସିଆର ସମେତ ସମଗ୍ର ବ୍ରଜ ଅଞ୍ଚଳର ପ୍ରତ୍ୟେକ ଘରେ ଯମୁନା ସମସ୍ୟା ନେଇ ପହଞ୍ଚିବେ । ଦିଲ୍ଲୀର ଆଇଆଇଟି ଛଠ ଘାଟରେ ରବିବାର ସକାଳେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଯଜ୍ଞ ଓ ଶଙ୍ଖନାଦରେ ଭିକ୍ଷାଟନ ଆରମ୍ଭ ହୋଇଛି ।

ଏଥିରେ ଜାତୀୟତାବାଦୀ ଚିନ୍ତକ କେ.ଏନ୍ ଗୋବିନ୍ଦାଚାର୍ଯ୍ୟ, କଥାବାଚକ ଅଜୟ ଭାଇ ଜୀ, ନାମଧାରୀ ଏବଂ ନିରଙ୍କରୀ ସମାଜ, ନଦୀ ସମ୍ୱାଦ, ବିଶ୍ୱ ଜାଗ୍ରୁତି ମିଶନ, ଦିଲ୍ଲୀ ପଞ୍ଚାୟତ ସଂଗଠନ, ୩୬୦ ଖାପ ପଞ୍ଚାୟତ ସମେତ ବିଭିନ୍ନ ରାଜନୈତିକ ଦଳ ତଥା ସାମାଜିକ-ଧାର୍ମିକ-ବ୍ୟବସାୟ ସଂଗଠନର ପ୍ରତିନିଧୀ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରମାନେ ଉପସ୍ଥିତ ଥିଲେ ।

Comments are closed.