Latest Odisha News

BREAKING NEWS

ଏୟାର ଇଣ୍ଡିଆ ଉପରେ ୧୪ ଲକ୍ଷ ଡଲାର ଜରିମାନା କଲା ଆମେରିକା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଉପରେ ଆମେରିକାର ଜରିମାନା । ୧୪ ଲକ୍ଷ ଡଲାର ଜରିମାନା କରିଛି ଆମେରିକା । କୋଭିଡ୍ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହେବା ସହ ଯାତ୍ରୀ ପ୍ରଭାବିତ ହୋଇଥିଲେ । ଆଉ ବିମାନ ବାତିଲ୍ ପାଇଁ ବୁକିଂ ଅର୍ଥ ଫେରସ୍ତ କରିଥିଲେ ବିମାନ କମ୍ପାନୀ ।

କିନ୍ତୁ ଏୟାର ଇଣ୍ଡିଆ ଆମେରିକୀୟ ଯାତ୍ରୀଙ୍କ ଟିକେଟ ଟଙ୍କା ଫେରସ୍ତ କରିବାରେ ଅହେତୁକ ବିଳମ୍ବ କରିଥିଲା । ଯେଉଁଥି ପାଇଁ ଆମେରିକା, ଏୟାଇ ଇଣ୍ଡିଆକୁ ୧୪ ଲକ୍ଷ ଡଲାର ଜରିମାନା କରିଛି ।

ଆମେରିକା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି, ୬ଟି ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ମୋଟ ୬୦ କୋଟି ଡଲାର ଯାତ୍ରୀଙ୍କୁ ରିଫଣ୍ଡ ବାବଦରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ମଧ୍ୟ ସାମିଲ୍ ରହିଛି । ଏୟାର ଇଣ୍ଡିଆକୁ ୧୨.୧୫ କୋଟି ଡଲାର ଫେରସ୍ତ ପାଇଁ କୁହାଯାଇଛି ।

ଆମେରିକୀୟ ଅଧିକାରୀ କହିଛନ୍ତି, ଯାତ୍ରୀଙ୍କ ଅନୁରୋଧରେ ଏୟାର ଇଣ୍ଡିଆ ଅର୍ଥ ଫେରସ୍ତ କରିବା ଆମେରିକୀୟ ପରିବହନ ବିଭାଗ ନୀତି ଠାରୁ ଅଲଗା ଅଟେ । ଆମେରିକା ସରକାରଙ୍କ ନିୟମ ଅନୁସାରେ, ଉଡ଼଼ାଣ ବାତିଲ୍ ହେବା ଅଥବା ପରିବର୍ତ୍ତନ ହେଲେ ଏୟାରଲାଇନ୍ସ ନିୟମ ଅନୁସାରେ, ଟିକେଟ୍ ଅର୍ଥ ଫେରସ୍ତ କରିବ ।

ଏକ ବିଭାଗୀୟ ତଦନ୍ତ ବେଳେ ଜଣାପଡ଼ିଛି, ରିଫଣ୍ଡ ନେଇ ଯାତ୍ରୀ କରିଥିବା ଆବେଦନ ଉପରେ ପଦକ୍ଷେପ ନେବା ଲାଗି ଏୟାର ଇଣ୍ଡିଆ ୧୦୦ ଦିନରୁ ଅଧିକ ସମୟ ନେଇଛି । ତେବେ ଏହି ଟିକେଟ ଟଙ୍କା ଫେରସ୍ତ ମାମଲା ଟାଟା, ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପୂର୍ବର ଅଟେ ।

Leave A Reply

Your email address will not be published.