ମାଡ୍ରାସ: ବାହୁବଳୀ ଏବଂ ଆରଆରଆର ପରେ ଏସଏସ ରାଜମୌଲୀ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି । ଏହି ଫିଲ୍ମରେ ମହେଶ ବାବୁ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ତେବେ ତାଙ୍କ ସହ ବଲିଉଡର କୌଣସି ହିରୋଇନ ରହିବେ ନାହିଁ ବୋଲି ଆୟୋଜକ ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୁଷ୍ପା ଏବଂ କେଜିଏଫ ୨ ପରେ ରାଜମୌଲୀ ମଧ୍ୟ ସାଉଥ ହିରୋଇନଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
୮୦୦ କୋଟି ବଜେଟରେ ଏହି ଫିଲ୍ମ ପ୍ରସ୍ତୁତ ହେବ । ଏଥର ସେ ପୌରାଣିକ ଓ ଐତିହାସିକ କଥାବସ୍ତୁ ବଦଳରେ ଆଧୁନିକ ଫିଲ୍ମ ପ୍ରସ୍ତୁତ କରିବେ । ଜେମ୍ସ ବଣ୍ଡ ଶୈଳୀରେ ଏହା ଏକ ଥ୍ରୀଲର ଫିଲ୍ମ ହେବ । ମହେଶ ବାବୁଙ୍କୁ ଅନେକ ବଲିଉଡ ଫିଲ୍ମରେ ଅଫର ମିଳିଥିବାରୁ ସେ ଦକ୍ଷିଣ ଭାରତ ଫିଲ୍ମ ନେଇ ସନ୍ତୁଷ୍ଟ ଅଛନ୍ତି । ତାଙ୍କରି ପୋକିରୀ ଫିଲ୍ମର ରିମେକ ୱାଟେଂଡ କରି ସଲମାନ ଖାଁ ତାଙ୍କ ବୁଡି ଯାଉଥିବା କ୍ୟାରିୟରକୁ ବଂଚାଇଥିଲେ ।
Comments are closed.