Latest Odisha News

BREAKING NEWS

ପଞ୍ଜାବକୁ ହରାଇଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲରେ ଶନିବାର ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ କରିଥିଲା । ଜନୀ ବେୟାରଷ୍ଟୋ ୫୬ ଓ ଜିତେଶ ଶର୍ମା ୩୮ ରନ କରିଥିଲେ । ଜବାବରେ ୧୯୦ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୯.୪ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା ।

BjdElectrycity

ୟଶଭୀ ଜୈସୱାଲ ୪୧ ବଲରେ ୬୮ ରନ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଜୋସ ବଟଲର (୩୦), ସଞ୍ଜୁ ସାମସନ (୨୩) ଓ ଦେବୀଦତ ପାଡିକଲ (୩୧) ରନ କରିଥିଲେ । ବିଜୟ ସହ ରାଜସ୍ଥାନ ୧୧ ମ୍ୟାଚରେ ୧୪ ପଂଏଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ପଞ୍ଜାବ ସମାନ ସଂଖ୍ୟକ ମ୍ୟାଚ ଖେଳି ୧୦ ପଂଏଟ ସହ ୭ମ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.