Latest Odisha News

BREAKING NEWS

ରୋଜ୍ ଭ୍ୟାଲି କମ୍ପାନୀର ଆଉ ୬.୫୨ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍

ଭୁବନେଶ୍ୱର: ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ଯାଲିର ଆଉ ୬.୫୨ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରାଯିବ । ଏନେଇ ଇଓଡବ୍ଲୁ କରିଥିବା ଆବେଦନକୁ ଗ୍ରହଣ କରି ସମ୍ପତ୍ତି ଆଟାଚ୍ ପାଇଁ କଟକ ଏଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓପିଆଇଡି କୋର୍ଟ ।

BjdElectrycity

ରୋଜ୍ ଭ୍ୟାଲି ବିରୋଧରେ ୨୦୧୩ ମେ ୧୫ରେ ଇଓଡବ୍ଲୁରେ ଠକେଇ ନେଇ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଅନୁସାରେ, ମୋଟା ସୁଧ ସହ ଅନ୍ୟ ପ୍ରଲୋଭନ ଦେଖାଇ କମ୍ପାନୀ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା । ଓଡ଼ିଶାରେ ପ୍ରାୟ ୬୫ଟି ଶାଖା ଖୋଲି ରୋଜ୍ ଭ୍ୟାଲି କାରବାର ଚଳାଇଥିଲା ।

ଇଓଡବ୍ଲୁ ମାମଲାର ତଦନ୍ତ କରି ୫ଟି ଚାର୍ଜସିଟ୍ ଦାଖଲ କରିଥିବା ବେଳେ ସଂସ୍ଥାର ନିର୍ଦ୍ଦେଶକ ଗୌତମ କୁଣ୍ଡୁ, ଶିବମୟ ଦତ୍ତ, ଶାଖା ଅଧିକାରୀ ବିକ୍ରମଜିତ୍ ଭୌମିକ ଓ ବାଦଲ କରଙ୍କ ବିରୋଧରେ ତଦନ୍ତ ଜାରି ରହିଛି । ତଦନ୍ତ ବେଳେ ରୋଜ୍ ଭ୍ୟାଲିର ଆଉ ୬.୫୨ କୋଟିର ସମ୍ପତ୍ତି ଆଟାଚ୍ ପାଇଁ ଇଓଡବ୍ଲୁ ଅନୁରୋଧ କରିଥିଲା ।

ଆବେଦନକୁ ଓପିଆଇଡି କୋର୍ଟ ଗ୍ରହଣ କରିବା ସହ ସମ୍ପତ୍ତି ସିଜ୍ ପାଇଁ କଟକ ଏଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଅର୍ଥକୁ ସଂସ୍ଥାରେ ଟଙ୍କା ଲଗାଇଥିବା ଜମାକାରୀଙ୍କୁ ଫେରସ୍ତ କରିବାକୁ କୋର୍ଟ କହିଛନ୍ତି । ପୂର୍ବରୁ ୨ଟି ପର୍ଯ୍ୟାୟରେ ରୋଜ ଭ୍ୟାଲିର ପ୍ରାୟ ୯୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଥିଲା ।

Leave A Reply

Your email address will not be published.