ଭୁବନେଶ୍ୱର: ମୁମ୍ବାଇରେ ଅଦିନିଆ ରଥଯାତ୍ରା ନେଇ ବଢ଼ୁଛି ଅସନ୍ତୋଷ । ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଏହାକୁ ବିରୋଧ କରିଛନ୍ତି । ସେ କହିଛନ୍ତ ଯେ, ଇସ୍କନକୁ ତାଗିଦ କରିବାର ସମୟ ଆସିଛି । ଏହି ଅଦିନିଆ ରଥଯାତ୍ରାକୁ ଆମେ ଏବଂ ସବୁ ଜଗନ୍ନାଥ ପ୍ରେମୀ ବିରୋଧ କରିବା ଉଚିତ । ଶ୍ରୀମନ୍ଦିର ପ୍ରଶାସନ ଇସ୍କନକୁ ଏନେଇ ତାଗିଦ କରିବା କଥା । ଏହି ପରାମର୍ଶ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଦେବୁ ବୋଲି କହିଛନ୍ତି ମହେଶ୍ୱର ମହାନ୍ତି ।
ସେପଟେ ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ସରକାରଙ୍କ ଜ୍ଞାତ ସାରରେ ଅଛି । ଜଗନ୍ନାଥ ସଂସ୍କୃତି ପ୍ରତି କୁଠାର ଘାତ ଲାଗିଛି । ତେବେ ବାହାର ରାଜ୍ୟ ଓ ବାହାର ଦେଶରେ ସରକାର ଆଇନ ଭିତରେ ବନ୍ଧା ନାହାନ୍ତି । ଏନେଇ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଗତ ସପ୍ତାହରେ ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା । ଇସ୍କନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ରଥଯାତ୍ରାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହା ଶ୍ରୀମନ୍ଦିର ବିଧି ପରମ୍ପରା ବିରୋଧୀ ହୋଇଥିବାରୁ ଏହାକୁ ନେଇ ଚାରୁଆଡୁ ବିବାଦ ଉପୁଜିଥିଲା ।
BREAKING NEWS
- ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଗଡିଥିବା ବିପିଟିଏସଏଲର ୩୦ଟି ପୁରୁଣା ବସ୍ ସ୍କ୍ରାପିଂ କରାଯିବ
- Assassination of Donald Trump: “ଏଥର ଗୁଳି ସିଧା ଲକ୍ଷ୍ୟରେ…”, ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲା ଇରାନ
- ଇଡି ଚଢଉକୁ ନେଇ ଟିଏମସି ଆବେଦନ ହାଇକୋର୍ଟରେ ଖାରଜ
- ହଠାତ୍ ଆକାଶ ମାର୍ଗ ବନ୍ଦ କରିଦେଲା ଇରାନ, ଆକାଶରେ ଉଡୁଥିଲା ଇଣ୍ଡିଗୋ ବିମାନ, ଆସୁଥିଲା ଦିଲ୍ଲୀ… ଜାଣନ୍ତୁ ତା ପରେ କ’ଣ ହେଲା…
- ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ ନେଲା ଏନଏଚଆରସି
- Iran Protest: ଇରାନରେ ଅଶାନ୍ତି ନେଇ ଚିନ୍ତିତ ଭାରତୀୟ ଅଭିଭାବକ, କାଶ୍ମୀର ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କୁ କଲେ ଆବେଦନ…
- NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ
- US Suspended Visa: ରୁଷ ଏବଂ ଇରାନ ସମେତ ଏହି ୭୫ ଟି ଦେଶର ଲୋକ ଯାଇପାରିବେନି ଆମେରିକା, ଭିସା ଉପରେ ଲାଗିଲା ରୋକ୍…
- Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ
- US-Denmark-Greenland Dispute: ଗ୍ରୀନଲ୍ୟାଣ୍ଡକୁ ନେଇ ବିବାଦୀୟ ବିବୃତ୍ତି ଜାରି କଲେ ଟ୍ରମ୍ପ
Comments are closed.