Latest Odisha News

BREAKING NEWS

ଫ୍ୟାସନରେ ଟେରାକୋଟା…

ଭୁବନେଶ୍ୱର: ନାରୀ ଆଉ ଗହଣା ସତେ ଯେମିତି ପରସ୍ପର ପରିପୁରକ । ଦୁହେଁ ଦୁହିଁଙ୍କ ବିନା ଅଧୁରା ଲାଗନ୍ତି । ତେଣିକି ସେ ସୁନା, ରୁପା, ହୀରା, ମୋତି ଓ ମାଣିକରେ ତିଆରି ଗହଣା ହୋଇଥାଉ ଅବା କୌଣସି ଆର୍ଟିଫିସିଆଲ୍ ଜୁଏଲାରି ।

ବର୍ତ୍ତମାନ ସମୟରେ ଟେରାକୋଟା ଜୁଏଲାରୀ ମହିଳାଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ଏହା ଏକ ପ୍ରକାର ମାଟିରେ ହାତ ତିଆରି ଜୁଏଲାରୀ ।

ପୂର୍ବରୁ ଏଥିରେ କେବଳ ଦେବା ଦେବୀ ତଥା ରାଜା ମହାରାଜା ମାନଙ୍କ ପ୍ରତିଛବି ଦେଖିବାକୁ ମିଳୁଥିଲା । କିନ୍ତୁ ସମୟ ସହ ତାଳ ଦେଇ ଏବେ ଏହାର ଡିଜାଇନ୍ ଲୋକଙ୍କ ପସନ୍ଦ ଅନୁସାରେ ବଦଳୁ ଥିବା କାରିଗର ମାନେ ମତ ପ୍ରକାଶ କରିଛନ୍ତି ।

ଜାଣନ୍ତୁ କେମିତି ତିଆରି ହୁଏ ଏହି ଟେରାକୋଟା ଗହଣା:

ଅନ୍ୟ ଆର୍ଟିଫିସିଆଲ୍ ଜୁଏଲାରି ତୁଳନାରେ ଏହାକୁ ତିଆରି କରିବାକୁ ଟିକିଏ ଅଧିକ ସମୟ ଲାଗିଥାଏ । ଟେରାକୋଟା ଜୁଏଲାରୀ ଏକପ୍ରକାରର ଚିକଣିଆ ମାଟିରୁ ପ୍ରସ୍ତୁତ ହୋଇଥାଏ । ଅଟା ଚକଟିଲା ଭଳି ପ୍ରଥମେ ଏହି ମାଟିକୁ ଚକଟାଯାଇଥାଏ । ତାପରେ ଏହାକୁ ବିଭିନ୍ନ ଗହଣାର ଆକାର ଦିଆଯାଇ ଖରାରେ ଶୁଖାଯାଇଥାଏ । ଭଲଭାବେ ଶୁଖିଗଲା ପରେ ଆବଶ୍ୟକ ଆବଶ୍ୟକ ଅନୁଯାୟୀ ବିଭିନ୍ନ ମେଟାଲ, ସିଲ୍କ କପଡା ଓ ରଙ୍ଗର ବ୍ୟବହାର କରି ଏହି ଗହଣାକୁ ବେଶ୍ ଆକର୍ଶଣୀୟ କରାଯାଇଥାଏ ।

କ’ଣ ରହିଛି ଏହାର ଡିଜାଇନ:

ଟେରାକୋଟାରେ ସାଧାରଣତଃ କାନ ଝୁମୁକା, ପେଣ୍ଡେଣ୍ଟ, ମୁଦି, ବ୍ରେସଲେଟ, ଚୁଡି ତଥା ନେକଲେସ୍ ପରି ଭଳି କି ଭଳି ଆକର୍ଷଣୀୟ ଗହଣା ତିଆରି ହୋଇଥାଏ । ଯାହାକୁ ଟ୍ରାଡିସନାଲ ଡ୍ରେସ ସହ ମ୍ୟାଚିଙ୍ଗ କରି ପିନ୍ଧିବାକୁ ମହିଳା ମାନେ ଖୁବ ପସନ୍ଦ କରିଥାନ୍ତି । ୱେଷ୍ଟର୍ନ ଆଉଟଫିଟ ସହ ପିନ୍ଧିବା ପାଇଁ ସିମ୍ପୁଲ ଡିଜାଇନର ଟେରାକୋଟା ଜୁଏଲାରି ଖୁବ ଭଲ ମାନିବ । ମାଟିରେ ତିଆରି ହୋଇଥିବା ଯୋଗୁଁ ଏହାକୁ ପିନ୍ଧିଲେ କୌଣସି ପ୍ରକାରର ଆଲର୍ଜି ମଧ୍ୟ ହେଇନଥାଏ ।

କେମିତି ନେବେ ଏହି ଗହଣାରର ଯତ୍ନ:

ଏହାର ଯତ୍ନ ଅତି ସାବଧାନତାର ସହ ନେବାକୁ ପଡିଥାଏ । ମାଟିରେ ତିଆରି ହୋଇଥିବାରୁ ପାଣି ଠାରୁ ଏହାକୁ ଦୂରେଇ ରଖିବା ଆବଶ୍ୟକ ହୋଇଥାଏ । ସାମାନ୍ୟ ଅସାବଧାନତାରୁ ଏହା କୌଣସିଥିରେ ବାଡେଇ ହୋଇଗଲେ କିମ୍ବା ପଡିଗଲେ ଭାଙ୍ଗିଯିବାର ସମ୍ଭାବନା ରହିଥାଏ ।

Leave A Reply

Your email address will not be published.