Latest Odisha News

BREAKING NEWS

ପୁଣି ଥରେ ମା’ ହେବାକୁ ଚାହୁଁଛନ୍ତି ମାହି ଭିଜ୍

ମୁମ୍ବାଇ: ଟେଲିଭିଜନ୍‌ ଅଭିନେତ୍ରୀ ମାହି ଭିଜ୍‌ ପୁଣି ଥରେ ମା ହେବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ସ୍ୱାମୀ ଜୟ ଭାନୁଶାଲି ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ ମାହି ତାଙ୍କ ଇନ୍‌ଷ୍ଟାଗ୍ରାମ ସାହାଯ୍ୟରେ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ଯେ ଜୟଙ୍କୁ ବୁଝାନ୍ତୁ ଯେ ମାହି ଆଉ ଥରେ ମା ହେବାକୁ ଚାହୁଁଛନ୍ତି।

ତେବେ ମାହି ସୋସିଆଲ୍‌ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏଭଳି ଅଜବ ଅନୁରୋଧ କରିବାର କାରଣ ହେଉଛି ସେ ଲକ୍‌ଡାଉନ୍‌ରେ ବୋର୍‌ ହୋଇଯାଇଛନ୍ତି। ତେବେ ମାହି ଏବଂ ଜୟଙ୍କର ଏକ ବର୍ଷର ଶିଶୁ କନ୍ୟା ତାରା ଅଛି।

ମାହି ତାଙ୍କ ଇନଷ୍ଟାଗ୍ରାମ ଲେଖିଛନ୍ତି ଯେ ବନ୍ଧୁମାନେ, ଦୟାକରି ଜୟଙ୍କ ଆକାଉଣ୍ଟକୁ ଯାଆନ୍ତୁ ଏବଂ ମନ୍ତବ୍ୟ ବିଭାଗରେ ଲେଖନ୍ତୁ ଯେ ମାହି ଆଉ ଏକ ପିଲା ଚାହୁଁଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଜୟ ଏଥିରେ ଅରାଜି ହେଉଛନ୍ତି। ଲକ୍‌ଡାଉନ୍‌ ଯୋଗୁ ମୁଁ ବହୁତ ବୋର୍‌ ହୋଇଯାଉଛି ମୋ ଝିଅ ତାରା ବଡ ହୋଇଗଲାଣି ଏବଂ ଆଉ ମୋ କଥା ଶୁଣୁନାହିଁ।

ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ ଅଗଷ୍ଟ ମାସରେ ଜୟ ଏବଂ ମାହିଙ୍କ ଝିଅ ତାରା ଜନ୍ମ ହୋଇଥିଲା। ଏହା ବ୍ୟତୀତ ସେମାନେ ଖୁସି ଏବଂ ରାଜବୀରଙ୍କର ମଧ୍ୟ ଖୁବ୍‌ ଯତ୍ନ ନେଉଥିବା ଦେଖିବାକୁ ମିଳିଛି।

Comments are closed.