Latest Odisha News

BREAKING NEWS

ନବୀନ ନିବାସରେ ମହିମା ସାଧୁ; ଅନୁଦାନ ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: ନବୀନ ନିବାସରେ ମହିମା ସାଧୁ । ନବୀନ ନବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିମା ସାଧୁ ଓ ଯୋରନ୍ଦାବାସୀ । ମହିମା ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବାରୁ ମହିମା ସାଧୁ ଓ ଯୋରନ୍ଦାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ମହିମା ଗାଦିର ବକାଶ ସମ୍ପର୍କିତ ଆଲୋଚନା ବି କରିଛନ୍ତି ।

ସୂଚନାଥାଉ କି, ମହିମା ଗାଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିକଟରେ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମେ ୨୯ରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ଜୋରନ୍ଦାର ମହିମା ଗାଦି ଗସ୍ତ କରି ସାଧୁଙ୍କ ସହ ଆଲୋଚନା କରିଥିଲେ । ପରେ ଏହି ମହିମା ଗାଦିର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରି ପଠାଇବା ପାଇଁ କହିଥିଲେ । ଜିଲ୍ଲାପାଳଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ଟଙ୍କାରେ ମହିମା ଗାଦିର ନବକଳେବର ହେବ । ଆସନ୍ତା ମାଘ ପୂର୍ଣ୍ଣିମା ପୂର୍ବରୁ ଏହି କାମ ଶେଷ କରିବାର ଲକ୍ଷ୍ୟ ରହିଛି ।

 

Comments are closed.