Latest Odisha News

BREAKING NEWS

ନେପାଳରେ ବନ୍ୟା ସାଙ୍ଗକୁ ଭୂସ୍ଖଳନ; ୫ ମୃତ, ୨୫ ନିଖୋଜ

କାଠମାଣ୍ଡୁ: ଭାରତର ରୌଦ୍ରର ପ୍ରକୋପ । ପଡୋଶୀ ନେପାଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇପଡିଲାଣି । ନେବାପଳରେ ବନ୍ୟା ପରିସ୍ଥିତି ଏବେ ସଙ୍ଗୀନ ହୋଇପଡିଛି ।      ବନ୍ୟା ଓ ଭୟଙ୍କର ଭୂସ୍ଖଳନରେ ୫ଜଣଙ୍କର ମୃତ୍ୟୁ ଘଟିଲାଣି । ଅନ୍ୟପକ୍ଷେ ୨୫ ଜଣ ନିଖୋଜ ଥିବା ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  କୋଶୀର ଏକାଧିକ ଜିଲ୍ଲା ବିଶେଷ କରି ତାପ୍ଲେଜଙ୍ଗ, ପଞ୍ଚଥର, ସଂଖୁବାସଭା, ଓ ତେରହଥୁମରେ ରବିବାର ପ୍ରବଳ ବର୍ଷା ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି ।  ଏଠାରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣଙ୍କ ପତ୍ତା ମିଳୁନି । ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁ ରାସ୍ତା, ଓ ବ୍ରିଜ୍ ନଷ୍ଟ ହୋଇଯାଇଛି ।

ଆଗାମୀ ଦିନରେ ନେପାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଚେତାବନୀ ଦେଇଛି । ତେଣୁ ନଦୀର ଜଳସ୍ତର ଆହୁରି ବ

ଢିବା ଆଶଙ୍କା ରହିଛି । ଏଠି କହିରଖିବୁ, ହିମାଳୟ ପାଦଦେଶରେ ଅବସ୍ଥିତ ନେପାଳରେ ମୌସୁମୀ ପ୍ରତିବର୍ଷ ଜୁନରୁ ଅକ୍ଟୋବର ଯାଏ ରହିଥାଏ । ପ୍ରବଳ ବର୍ଷା ଯୋଗୁ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ପ୍ରତିବର୍ଷ ବ୍ୟାପକ କ୍ଷୟକ୍ଷତି ହୋଇଥାଏ ।

Leave A Reply

Your email address will not be published.