Latest Odisha News

ଭାରତରେ ମହିନ୍ଦ୍ରାର ଏହି ୨ଟିଇଲେକ୍ଟ୍ରିକ ଏସୟୁଭିର ବୁକିଂ ଆରମ୍ଭ

ଭୁବନେଶ୍ବର: ମହିନ୍ଦ୍ରା ହେଉଛି ଭାରତର ସବୁଠାରୁ ଲୋକପ୍ରିୟ କାର ଉତ୍ପାଦନକାରୀ କମ୍ପାନୀ । ବର୍ତ୍ତମାନ ମହିନ୍ଦ୍ରା BE6 ଏବଂ ମହିନ୍ଦ୍ରା XEV9eର ବୁକିଂ ଭାରତରେ ଆରମ୍ଭ ହୋଇଛି । ଏହି ଦୁଇଟି ହେଉଛି ମହିନ୍ଦ୍ରାର ନୂତନ ଇଲେକ୍ଟ୍ରିକ ଏସୟୁଭି । ଗ୍ରାହକମାନେ ଏହି କାରଗୁଡ଼ିକୁ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ବୁକ୍ କରିପାରିବେ ।

ମହିନ୍ଦ୍ରା BE6ର ୫ଟି ଭାରିଏଣ୍ଟ ଲଞ୍ଚ କରାଯାଇଛି ଏବଂ ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୧୮.୯୦ ଲକ୍ଷରୁ ଆରମ୍ଭ ହୋଇଛି । ଏଥି ସହିତ, ଏହାର ଟପ୍ ଭାରିଏଣ୍ଟର ଏକ୍ସ ଶୋ’ରୁମ୍ ମୂଲ୍ୟ ୨୬.୯୦ ଲକ୍ଷ ଟଙ୍କା ରହିଛି । ସେହିପରି ମହିନ୍ଦ୍ରା XEV9e ଚାରିଟି ଭାରିଏଣ୍ଟରେ ଲଞ୍ଚ କରାଯାଇଛି । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୨୧.୯୦ ଲକ୍ଷରୁ ଆରମ୍ଭ ହୋଇଛି । ଏଥି ସହିତ, ଏହାର ଟପ୍ ଭାରିଏଣ୍ଟର ଏକ୍ସ ଶୋ’ରୁମ୍ ମୂଲ୍ୟ ୩୦.୫୦ ଲକ୍ଷ ଟଙ୍କା ରହିଛି ।

ମହିନ୍ଦ୍ରା BE6 ୫ଟି ଭାରିଏଣ୍ଟ ଯଥାକ୍ରମେ Pack One, Pack One Above, Pack Two, Pack Three Select ଓ Pack Three ସହିତ ଉପଲବ୍ଧ । ମହିନ୍ଦ୍ରା XEV9e ଚାରିଟି ଭାରିଏଣ୍ଟ Pack One, Pack Two, Pack Three Select ଓ Pack Three ଉପଲବ୍ଧ ।

ମହିନ୍ଦ୍ରାର ଏହି ଉଭୟ ଗାଡିର ପ୍ରତିଦ୍ୱନ୍ଦ୍ୱିତା ବଜାରରେ Hyundai Creta EV, Tata Curvv EV ଓ MG Windsor EV ସହ ହୋଇପାରେ ।

BE6 ଛୋଟ ଓ ବଡ଼ ବ୍ୟାଟେରୀର ରେଞ୍ଜ ଯଥାକ୍ରମେ ୫୫୬କିମି ଓ ୬୮୨କିମି ରହିଛି । ସେହିପରି XEV9e ଛୋଟ ଓ ବଡ଼ ବ୍ୟାଟେରୀର ରେଞ୍ଜ ଯଥାକ୍ରମେ ୫୪୨କିମି ଓ ୬୫୬କିମି ରହିଛି । ମହିନ୍ଦ୍ରାର କହିବାନୁସାରେ, ଉଭୟ ଏସୟୁଭି ୧୭୫kw DC ଫାଷ୍ଟ ଚାର୍ଜରରେ ମାତ୍ର ୨୦ମିନିଟରେ ୨୦-୮୦% ଚାର୍ଜ ହୋଇପାରିବ ।

ମହିନ୍ଦ୍ରା ଉଭୟ ଗାଡିରେ ସୁରକ୍ଷା ଫିଚର ଭାବେ ସାତଟି ଏୟାରବ୍ୟାଗ୍‌, 360 ଡିଗ୍ରୀ କ୍ୟାମେରା, ଲେଭଲ୍‌ 2 ADAS ଫିଚର ରହିଛି ।

ମହିନ୍ଦ୍ରା BE6ରେ ଡୁଆଲ ୧୨.୩ଇଞ୍ଚ ଡିସପ୍ଲେ, ପୁଲ୍‌ ଟାବ୍‌ ଡୋର୍‌ ହ୍ୟାଣ୍ଡେଲ୍‌, ଗୋଟିଏ ୨-ସ୍ପୋକ୍‌ ଷ୍ଟିଅରିଂ ହ୍ବିଲ, ଡୁଆଲ ୱେୟାରଲେସ୍‌ ଚାର୍ଜର, ୧୬ ସ୍ପିକର୍‌ ହାରମ୍ୟାନ୍‌ କାର୍ଡନ ସାଉଣ୍ଡ ସିଷ୍ଟମ, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ ସିଟ୍‌, ପେନାରୋମିକ୍‌ ଗ୍ଲାସ୍‌ ରୁଫ୍‌, ସେଲ୍ଫି କ୍ୟାମେରା ରହିଛି । ସେହିପରି XEV 9eରେ ୪୩ ଇଞ୍ଚ ଫ୍ଲୋଟିଙ୍ଗ ସ୍କ୍ରିନ୍ , ସିଙ୍ଗଲ୍‌ ୱେୟାରଲେସ୍‌ ଚାର୍ଜର ରହିଛି ।

Comments are closed.