Latest Odisha News

BREAKING NEWS

ପୋଲିସ ଗାଡ଼ିରୁ ମଦ ବୋତଲ ଝାମ୍ପି ନେଲା ମାଙ୍କଡ଼

କାନପୁର: ଉତ୍ତରପ୍ରଦେଶର କାନପୁରରୁ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ଏକ ମାଙ୍କଡ଼ ପୋଲିସ ଗାଡ଼ିରୁ ମଦ ବୋତଲ ଝାମ୍ପି ନେଇ ପୋଲିସର ମୁଖା ଖୋଲି ଦେଇଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

BjdElectrycity

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କାନପୁର ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଏକ ପୋଲିସ ଗାଡ଼ି଼ି ଛିଡ଼ା ହୋଇଛି । ଏହି ସମୟରେ ଏକ ମାଙ୍କଡର ନଜର ପୋଲିସ ଗାଡ଼ିରେ ରଖା ଯାଇଥିବା ବ୍ୟାଗ ଉପରେ ପଡ଼ିଥିଲା । ପରେ ମାଙ୍କଡ଼ଟି ଉକ୍ତ ବ୍ୟାଗକୁ ଖୋଲି ସେଥିରୁ ଏକ ମଦ ବୋତଲ ବାହାର କରୁଛି । ମଦବୋତଲକୁ ନେଇ ଯାଇ ପାଖରେ ଥିବା ଏକ ଗଛମୂଳରେ ବସି ତାକୁ ଖୋଲିବାକୁ ଚେଷ୍ଟା କରୁଛି । ହେଲେ ଖୋଲି ପାରି ନ ଥିଲା । ଏ ସମ୍ପର୍କରେ ଯେତେବେଳେ ପୋଲିସବାବୁମାନେ ଜାଣିବାକୁ ପାଇଲେ ସଙ୍ଗେ ସଙ୍ଗେ ଉକ୍ତ ମାଙ୍କଡ଼କୁ ଘଟଣାସ୍ଥଳରୁ ଘୋଉଡ଼ାଇ ଦେଉଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ପୁଲିସ କିପରି ଭାବେ ପୁଲିସ ଷ୍ଟେସନ ସାମ୍ନାରେ ଗାଡ଼ିରେ ଏଭଳି ମଦ ବୋତଲ ରଖି ପାରିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.