Latest Odisha News

BREAKING NEWS

ପବିତ୍ର ମହାଅଷ୍ଟମୀରେ ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଉଛି ଇଷ୍ଟଦେବୀ ମା ସୁରେଶ୍ବରୀ

ସୋନପୁର: ଆଜି ମଣ୍ଡପରେ ମାଁଙ୍କ ଅଷ୍ଟମୀ ଓ ପିଠରେ ନବମୀ ପୂଜା ଚାଲିଛି । ଆଜି ଶୁକ୍ଲ ଅଷ୍ଟମୀ ତିଥିରେ ଇଷ୍ଟଦେବୀ ମା ସୁରେଶ୍ବରୀ ମହିଷା ମର୍ଦ୍ଧିନୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ଶୁକ୍ଳ ନବମୀ ତିଥିରେ ଦେବୀ ମା ଧୂମାବତୀ ବେଶ ଧାରଣ କରିବେ । ପୂର୍ବରୁ ଅମାବାସ୍ୟା ତିଥିରେ ଧବଳମୁଖୀ, ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ, ଦ୍ବିତୀୟାରେ ତାରା, ତୃତୀୟାରେ ଷୋଡ଼ଶୀ ବା ତ୍ରୀପୁରା ସୁନ୍ଦରୀ ,ଚତୁର୍ଥୀରେ ଭୈରବୀ, ପଞ୍ଚମୀରେ ଭୂବନେଶ୍ବରୀ, ଷଷ୍ଠୀରେ ବଗଳା, ସପ୍ତମୀରେ ଜୟଦୁର୍ଗା ବେଶ ଧାରଣ କରି ଦର୍ଶନ ଦେଇଥିଲେ ।

ସକାଳୁ ସକାଳୁ ଦେବୀ ପୀଠରେ ମାଙ୍କ ମହିଷା ମର୍ଦ୍ଧିନୀ ବେଶ ଦର୍ଶନ କରିବା ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ହଜାର ହଜାର ଶ୍ରଦ୍ଧାଳୁ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ସପ୍ତସତୀ ଚଣ୍ଡୀ ମହାଯଜ୍ଞରେ ସାମିଲ ହୋଇ ଦୀପ ଯଜ୍ଞରେ ସାମିଲ ହେଉଛନ୍ତି । ଦିନ ତମାମ ଚଣ୍ଡୀପାଠ କରାଯାଉଥିବା ବେଳେ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ଆହୂତି ପ୍ରଦାନ କରାଯାଉଛି । ପ୍ରତିଦିନ ସଂଧ୍ୟାରେ ଦେବୀ ପୀଠରେ ଆରତୀ ସହତି ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହେଉଛି । ରକ୍ତମୁଖା ଦେବୀ ମା ସୁରେଶ୍ବରୀଙ୍କ ସଶରୀର ତମାମ ବର୍ଷ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଏବେ ମାଙ୍କୁ ଅଗୁର, ଚନ୍ଦନ, କର୍ପୁର, ଗଙ୍ଗା ଜଳ ଆଦି ପ୍ରଲେପ କରାଯାଇ ଭିନ୍ନ ଭିନ୍ନ ବେଶ କରାଯାଉଛି ।

Leave A Reply

Your email address will not be published.