Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମାତିଛନ୍ତି ଦଲାଲ : କ୍ଷତିରେ ମହୁଲ ଫୁଲ ଗୋଟାଳି

ନୂଆପଡ଼ା : ବସନ୍ତ ରୁତୁରେ ନୂଆପଡ଼ାର ଜଙ୍ଗଲ ଗୁଡ଼ିକରେ ମହୁଲ ଫୁଲ ଫୁଟିଥାଏ ଘଂଚ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ଏହାକୁ ଶୁଖାଇ କିଛି ରୋଜଗାର କରିଥାଆନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକେ କିନ୍ତୁ ମହୁଲ ଫୁଲ ବିକ୍ରି କରିବା ପାଇଁ ବ୍ୟବସ୍ଥା ନଥିବାରୁ କମ୍ ଦାମରେ ବେପାରୀଙ୍କୁ ବିକ୍ରି କରୁଛନ୍ତି ସ୍ଥାନୀୟ ବାସିନ୍ଦା ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ବ୍ୟବସ୍ଥା ଥିବା ବେଳେ ମହୁଲ ଫୁଲ ବିକ୍ରି ପାଇଁ ବ୍ୟବସ୍ଥା ନଥିବାରୁ କ୍ଷତି ସବୁଛନ୍ତି ନିରିହ ଆଦିବାସୀ

ମହୁଲ ଫୁଲରେ କୁଟୁମ୍ବ ଚଳୁଛି। ପେଟପାଟଣା ପାଇଁ ମହୁଲ ଭରସା ପାଲଟିଛି। ଏହି ମହୁଲ ଗୋଟାଇ ପରିବାର ଚଳାଇଥାନ୍ତି ଗାଁର ଲୋକେ। ନୂଆପଡ଼ାର ସିନାପାଲିରୁ ନେଇ ଖଡ଼ିଆଳ ଯାଏ ଲୋକେ ମହୁଲ ସଂଗ୍ରହ କରି ପରିବାର ଚଳାଇଥାନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରାରେ ଫୁଲ ସବୁ ସଂଗ୍ରହ କରିଥାନ୍ତି। ହେଲେ ସବୁଠୁ ବଡ଼ ଅସୁବିଧାର କଥା ହେଉଛି ବଜାର ସବୁିଧା ନଥିବାରୁ ମହୁଲ ଗୋଟାଳି ନୁହେଁ ଦଲାଲ ମାଲାମାଲ ହେଉଛନ୍ତି। ଏମାନଙ୍କଠାରୁ କମ୍ ଦରରେ ମହୁଲ କିଣି ବାହାରେ ବିକି ଲାଭବାନ୍ ହେଉଛନ୍ତି ଏହି ଦଲାଲ ।

ସମସ୍ତ ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି। ହେଲେ ପ୍ରତି ପଞ୍ଚାୟତକୁ ଏହି ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ଅଧିକାରୀ। ବାସ୍ତବରେ ଦାୟିତ୍ୱ ଦିଆଯାଇଥିଲେ ବି ଠକାମୀର ଶିକାର ହେବା ସହିତ କ୍ଷତିରେ ପଡ଼ୁଛନ୍ତି ଏହି ମହୁଲ ବ୍ୟବସାୟୀ।

ଖରା ତରାରେ ପରିଶ୍ରମ କରି ମହୁଲ ଗୋଟାଇବାରେ ଲାଗିଥିବା ଏହି ଲୋକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇପାରିଲେ ଏମାନେ ଉପକୃତ ହୋଇପାରିବେ । . ..

Leave A Reply

Your email address will not be published.