Latest Odisha News

BREAKING NEWS

ଓଡିଶା ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର

ଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଓଡିଶା ପାଇଁ ବଡ ଘୋଷଣା । ଦୁଇଟି ଜାତୀୟ ରାଜପଥ ସମ୍ପ୍ରସାରଣ ଏବଂ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଷଡକ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ  ଶନିବାର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ନିତୀନ ଟ୍ୱିଟ କରି କହିଛନ୍ତି ଯେ ଜାତୀୟ ରାଜପଥ ୩୬୨ ଓ ୨୦ ପାଇଁ ଏହି ପାଣ୍ଠି ମଞ୍ଜୁର କରାଯାଇଛି । ମୋଟ ପାଣ୍ଠି ମଧ୍ୟରୁ ଏନଏଚ ୩୨୬ ରେ ଧାମନଗର ସମ୍ପ୍ରସାରଣ ପାଇଁ ୧୮୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଏହି ପାଣ୍ଠିକୁ ପକ୍କା ରାସ୍ତା ସହ ୨ ଲେନ ବିଶିଷ୍ଠ ରାଜପଥର ସମ୍ପ୍ରସାରଣ ପାଇଁ ବ୍ୟବହାର କରାଯିବ ବୋଲି ଗଡକରୀ କହିଛନ୍ତି ।

ଅନ୍ୟପଟେ ଏନଏଚ ୨୦ ସମ୍ପ୍ରସାରଣ ପାଇଁ ୬୩୬ .୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । କୁଆଖିଆ ଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ଏନଏଚ ଷ୍ଟ୍ରେଚ ଉପରେ କାର୍ଯ୍ୟ ପାଣ୍ଠି ସହିତ ନିଆଯିବ । ୪ ଲେନ୍ କୁ ସମ୍ପ୍ରସାରଣ କରାଯିବ। କାର୍ଯ୍ୟରେ ବିନିଯୋଗ କରାଯିବ । ଏନେଇ ଟୁଇଟ୍‌ରେ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ।

Leave A Reply

Your email address will not be published.