ନୂଆଦିଲ୍ଲୀ: କେସ୍ ଫର କୋରି ମାମଲାରେ ଫସିଲେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ଇତିମଧ୍ୟରେ ମହୁଆଙ୍କ କାରନାମାର ବଡ ଖୁଲାସା ହୋଇଛି । ଏହି ଖୁଲାସା ନିଜେ କରିଛନ୍ତି ମହୁଆ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗକୁ ସେ ଖାରଜ କରିଛନ୍ତି, ତେବେ ଏକଥା ମାନିଛନ୍ତି ଯେ ସେ ନିଜ ଲୋକସଭା ଆଇଡିର ଲଗଇନ, ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନ୍ଦାନୀଙ୍କୁ ଶେୟାର କରିଥିଲେ । ମହୁଆ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ହୀରାନନ୍ଦାନୀଙ୍କଠାରୁ କିଛି ଉପହାର ମଧ୍ୟ ନେଇଥିଲେ ।
ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ ମହୁଆ କହିଛନ୍ତି, ସେ ଦର୍ଶନ ହୀରାନନ୍ଦାନୀଙ୍କଠାରୁ କିଛି ଉପହାର ଗ୍ରହଣ କରିଥିଲେ । ଯେମିତିକି ଗୋଟିଏ ସ୍କାର୍ଫ, ଲିପଷ୍ଟିକ, ମେକଅପ ସାମଗ୍ରୀ, ମୁମ୍ବାଇ ଯିବା ପାଇଁ ଏକ କାର ଏବଂ ଡ୍ରାଇଭର ମଧ୍ୟ ଏଥିରେ ସାମିଲ ରହିଛି । ସେ ଏକଥା ମଧ୍ୟ କହିଛନ୍ତି, ମେକଅପ ସାମଗ୍ରୀ ହୀରାନନ୍ଦାନୀ ଦୁବାଇରୁ ଡ୍ୟୁଟି ଫ୍ରି ଷ୍ଟୋରରୁ ନେଇଥିଲେ । ତେବେ ବଙ୍ଗଳା ରେନୋଭେସନ ପାଇଁ ନେଇଥିବା ଟଙ୍କା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଯେଉଁ ସରକାରୀ ବାସଭବନ ଦିଆଯାଇଥିଲା ତାହା ବହୁତ ପୁରୁଣା ଥିଲା । ତେଣୁ ଏହାର ରି-ଡିଜାଇନ କରିବା ପାଇଁ ହୀରାନନ୍ଦାନୀଙ୍କ ଆର୍କିଟେକୁ ଡାକିବ ପାଇଁ କହିଥିଲେ ।
ମହୁଆ ଏକଥା ବି କହିଛନ୍ତି, ‘ପ୍ରତି ସେଶନ ପୂର୍ବରୁ ଆମକୁ ପ୍ରଶ୍ନ ଜମା କରିବା ପାଇଁ କୁହାଯାଇଥାଏ । ମୁଁ ନିଜେ ଟାଇପ କରି ସବମିଟ କରିପାରିଥାନ୍ତି । ହେଲେ ମୋ ପାଖରେ ମୋର ନିର୍ବାଚନ କ୍ଷେତ୍ର ରହିଛି । ତେଣୁ ସମୟର ଅଭାବ ଯୋଗୁ ଦର୍ଶନଙ୍କ ଅଫିସର କୌଣସି ବ୍ୟକ୍ତିଙ୍କ ସହାୟତାରେ ପ୍ରଶ୍ନ ଟାଇପ କରିବା ପାଇଁ ଦେଇଥିଲେ ।’
BREAKING NEWS
- ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ
- ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର
- ଅପରେସନ୍ ଗୋ ରକ୍ଷକ: ଗୋ ମାଫିଆଙ୍କ ଆକାଉଣ୍ଟ ଓ ଲକର ହେଲା ଫ୍ରିଜ
- Airport issues advisory: ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି; ଆଗୁଆ ପହଞ୍ଚିବା ସହ…
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
Comments are closed.