Latest Odisha News

BREAKING NEWS

ବହୁଭାଷୀ ଚଳଚ୍ଚିତ୍ର ‘ଜୟ ମା’ ସମଲେଇର’ ଶୁଭ ମହୁରତ

ସମ୍ବଲପୁର : ମାଆ ସମଲେଶ୍ୱରୀଙ୍କ ଗାଥା ଓ ମହିମାକୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ ବହୁଭାଷୀ ଚଳଚ୍ଚିତ୍ର ‘ଜୟ ମା ସମଲେଇ’ ର ଶୁଭ ମହୁରତ ମାଆ ସମଲେଶ୍ଵରୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରର ଶୁଭ ମହୁରତ ଅବସରରେ ସମ୍ବଲପୁରର ବିଶିଷ୍ଟ ତଥା ସମ୍ମାନନୀୟ ବ୍ୟକ୍ତିତ୍ୱ ଆଦିତ୍ୟ ପାଢ଼ୀ, ଅର୍ଜୁନ ପଣ୍ଡା,ହେମନ୍ତ ମହାପାତ୍ର, ତପସ୍ୱିନୀ ଗୁରୁ, ଅରବିନ୍ଦ ମହାପାତ୍ର, ପରେଶ ଚନ୍ଦ୍ର ମହାପାତ୍ର, ଜିତେନ୍ଦ୍ରୀୟ ହୋତା, ସୁଶାନ୍ତ ମହାପାତ୍ର, ମଣ୍ଟୁ ମହାପାତ୍ର, ପ୍ରଯୋଜକ ପ୍ରଣୟ ଜେଠୀ,କୁମାର ସି. ଦେବ. ମହାପାତ୍ର,ପ୍ରିତିଶ ଦାସ, ଗୋପାଳ ପ୍ରଧାନ ତଥା ପ୍ରଯୋଜିକା ସନଲିଶା ପଟେଲ ପ୍ରମୁଖ ଯୋଗଦେଇଥିଲେ ।

Comments are closed.