Latest Odisha News

୨୦୦୦ ଟଙ୍କିଆ ନୋଟକୁ ନେଇ ବଡ଼ ଅପଡେଟ ଦେଲା RBI

ନୂଆଦିଲ୍ଲୀ: ବିମୁଦ୍ରୀକରଣ ସମୟରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା। ପରେ ସରକାର ମଧ୍ୟ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ RBI ଗତ ବର୍ଷ ମଇ ମାସରେ ଘୋଷଣା କରିଥିଲେ। ଏ ସମ୍ପର୍କରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗୁରୁବାର ଦିନ କହିଛି ଯେ ବଜାରରେ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ପ୍ରାୟ ୯୭.୫ ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ କେବଳ ୮୮୯୭ କୋଟି ଟଙ୍କାର ନୋଟ ଜନସାଧାରଣଙ୍କ ପାଖରେ ଅଛି। ମେ ୧୯, ୨୦୨୩ରେ ଆରବିଆଇ ୨୦୦୦ ଟଙ୍କିଆ ବ୍ୟାଙ୍କ ନୋଟକୁ ବଜାରରୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା।

କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଯେତେବେଳେ ୨୦୨୩ ମସିହା ମଇ ୧୯ ତାରିଖ ଦିନ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣା କରାଯାଇଥିଲା ସେତେବେଳେ ସେହି ଦିନ ବଜାର ବନ୍ଦ ହେବା ପରେ ମୋଟ ୩.୫୬ ଲକ୍ଷ କୋଟି ଟଙ୍କାର ନୋଟ କାରବାର ହୋଇଥିଲା। ଜାନୁଆରୀ ୩୧ରେ ୨୦୨୪ରେ ବ୍ୟବସାୟ ବନ୍ଦ ହେବା ବେଳକୁ ଏହି ପରିମାଣ ୮୮୯୭ କୋଟି ଟଙ୍କାକୁ ହ୍ରାସ ପାଇଥିଲା ବୋଲି RBI ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ଏହିପରି, ୨୦୨୩ ମସିହା ମେ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଚଳିତ ଦୁଇ ହଜାର ଟଙ୍କିଆ ନୋଟର ପ୍ରାୟ ୯୭.୫ ପ୍ରତିଶତ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରିଥିବା ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆରବିଆଇ ଆହୁରି ମଧ୍ୟ କହିଛି ଯେ ଦୁଇ ହଜାର ଟଙ୍କିଆ ନୋଟ ଆଇନଗତ ବୈଦ୍ଧ ରହିବ। ଲୋକମାନେ ଦେଶର ୧୯ଟି ଆରବିଆଇ କାର୍ଯ୍ୟାଳୟରେ ଦୁଇ ହଜାର ଟଙ୍କିଆ ନୋଟ ଜମା କିମ୍ବା ବିନିମୟ କରିପାରିବେ। ଲୋକମାନେ ଭାରତରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ପାଇଁ ଯେକୌଣସି ଡାକଘରରୁ ଆରବିଆଇର ଯେକୌଣସି କାର୍ଯ୍ୟାଳୟକୁ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ଦୁଇ ହଜାର ଟଙ୍କିଆ ନୋଟ ପଠାଇ ପାରିବେ। ଏଠାରେ କହି ରଖୁ କି ଯେତେବେଳେ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ବିନିମୟ ଏବଂ ଜମା ଘୋଷଣା କରିଥିଲା, ସେତେବେଳେ ଆରବିଆଇ କାର୍ଯ୍ୟାଳୟରେ ମଧ୍ୟ ଧାଡି ଲାଗିଯାଇଥିଲା। ଆରବିଆଇର ଏହି ୧୯ଟି କାର୍ଯ୍ୟାଳୟ ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୁଆହାଟି, ହାଇଦ୍ରାବାଦ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଏବଂ ଥିରୁବନନ୍ତପୁରମରେ ଅବସ୍ଥିତ।

Leave A Reply

Your email address will not be published.