Latest Odisha News

BREAKING NEWS

ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ! ଆରବ ସାଗରରେ ଖୁବଶୀଘ୍ର ଦାନା ବାନ୍ଧିବ

ନୂଆଦିଲ୍ଲୀ: ଆରବ ଆଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ଓ ବିଭିନ୍ନ ପାଣିପାଗ ସଂସ୍ଥା । ଏବେ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଆମାଗୀ ୨୪ ଘଣ୍ଟା ମଧ୍ୟରେ ଲାକ୍ଷାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ ।

ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ ସୁଦ୍ଧା ଡିପ୍ରେସନରେ ପରିଣତ ହେବ । ପରବର୍ତ୍ତୀ ୧୨ ଘଣ୍ଟାରେ ଡିପ ଡିପ୍ରେସନର ରୂପ ଧାରଣ କରିବ । ପରେ ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟାରେ ପରିଣତ ହେବ ଲଘୁଚାପ ।

ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟାର ଗତିବିଧି ନେଇ କୌଣସି ସଠିକ ସୂଚନା ମିଳିନାହିଁ । ତେବେ ବର୍ତ୍ତମାନର ମଡେଲ କହୁଛି, ବାତ୍ୟା ହେଲେ ଏହା କେରଳ ଓ କର୍ଣ୍ଣାଟକ ଉପକୂଳ ଅଭିମୁଖେ ଆସିପାରେ । ଆସନ୍ତା ୪୮ ଘଣ୍ଟା ଭିତରେ ବାତ୍ୟାର ଗତିବିଧି ନେଇ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ସ୍କାଏମେଟ୍ କହିଛି ।

ଆରବ ସାଗରରେ ଗତ ୧୦ ବର୍ଷ ଭିତରେ ମେ ମାସରେ କୌଣସି ବାତ୍ୟା ଆସି ନଥିଲା । ଗତ ୨୦୧୦ ମସିହା ମେ ୩୦ ତାରିଖରୁ ଜୁନ୍ ୭ ତାରିଖ ଭିତରେ ଶେଷ ଥର ଆରବ ସାଗରରେ ଦାନା ବାନ୍ଧିଖିଲା ବାତ୍ୟା ଫେଟ୍ ।

Leave A Reply

Your email address will not be published.