Latest Odisha News

BREAKING NEWS

ମାଓ ଅଧ୍ୟୁଷିତ ଅଞ୍ଚଳରେ ଖୋଲିବ ଡାକଘର

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରରେ ଡାକସେବା ପ୍ରଦାନ କରିବା ଲାଗି ପ୍ରାୟ ୧୩୩ଟି ଡାକଘର ନିର୍ମାଣ ପାଇଁ ଓଡିଶା ଡାକ ପରିମଣ୍ଡଳ ନିଷ୍ପତ୍ତି ନେଇଛି । ଖାସକରି ମାଓ ଅଧ୍ୟୁଷିତ ଅଞ୍ଚଳରେ ଡାକସେବା ପ୍ରଦାନ ଲାଗି ଯୋଜନା ରହିଛି ।

ଗତ ବୁଧବାର ଦିନ ‘ବିଶ୍ୱ ଡାକ ଦିବସ’ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପୋଷ୍ଟମାଷ୍ଟର ଜେନେରାଲ୍ (ପିଏମଜି), ଓଡିଶା ସର୍କଲ, ସନ୍ତୋଷ କୁମାର କାମିଲ୍ କହିଛନ୍ତି ଯେ ୧୩୩ ମଧ୍ୟରୁ ୪୦ଟି ଡାକଘର ମାଓ ଅଧ୍ୟୁଷିତ ଜିଲ୍ଲାରେ ପୂର୍ବରୁ ସ୍ଥାପିତ କରାଯାଇଛି । ଏଥିରେ ୨୭ଟି ସମ୍ବଲପୁର ଓ ୧୩ଟି ସୁନ୍ଦରଗଡ ଜିଲ୍ଲାରେ ରହିଛି ।

ଆହୁରି ମଧ୍ୟ ୩୦ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ଏପ୍ରିଲ୍ ମାସରେ ରାୟଗଡା ଡାକମଣ୍ଡଳ ଓ ଜୁନ୍ ମାସରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଡାକମଣ୍ଡଳ ସ୍ଥାପିତ କରାଯାଇଥିଲା । ଏହି ୨ଟି ଡାକ ମଣ୍ଡଳ ଦ୍ୱାରା ଦକ୍ଷିଣ ଓ ପଶ୍ଚିମ ଓଡିଶାବାସୀ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ଶ୍ରୀ କାମିଲା ଆହୁରି ମଧ୍ୟ କହିଛନ୍ତି, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବିର ୩୩ଟି ଶାଖା ଓ ୬୩୬୯ ଡାକଘର ଆକ୍ସେସ୍ ପଏଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩,୪୯,୩୫୦ ଆଇପିପିବି ଆକାଉଣ୍ଟ ଖୋଲାଯାଇଥିବା ବେଳେ ତହିଁରୁ ୪୫,୯୨୩ ଖାତା ଡାକଘର ସଞ୍ଚୟ ଆକାଉଣ୍ଟକୁ ସଂଯୋଗ କରାଯାଇଛି ।

ଚଳିତ ୨୦୧୯-୨୦ ଆର୍ଥୀକ ବର୍ଷରେ ‘ମେରା ଅଭିଯାନ, ସକ୍ଷମ ଗ୍ରାମ’ ପରିଯୋଜନାରେ ରାଜ୍ୟରେ ୭୨୩ଟି ଗ୍ରାମକୁ ଆଇପିପିବି ସକ୍ଷମ ଗ୍ରାମ କରାଯାଇଛି । ଏହାଫଳରେ ଓଡିଶା ଡାକ ପରିମଣ୍ଡଳକୁ ପୁରସ୍କୃତ ମଧ୍ୟ କରାଯାଇଛି ।

Leave A Reply

Your email address will not be published.