Latest Odisha News

BREAKING NEWS

କାଠଯୋଡି ନଦୀକୁ ଡେଇଁଥିବା ଯୁବକଙ୍କ ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

କଟକ: କାଠଯୋଡି ନଦୀ ମଧ୍ୟକୁ ଗତ ବୁଧବାର ଦିନ ଡେଇଁ ପଡିଥିବା ନିଖୋଜ ଯୁବକକୁ ଖୋଜିବା ଲାଗି ଦ୍ୱିତୀୟ ଦିନରେ ବି ଉଭୟ ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ କର୍ମଚାରୀ ମିିଳିତ ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ନିଆଳି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଦେବବ୍ରତ ମହାପାତ୍ର ଏକ ବାଇକରେ ପତ୍ନୀ ଓ ୪ ବର୍ଷର କୁନି ପୁଅ ସହ ଘରକୁ ଫେରୁଥିଲେ । ଏହି ସମୟରେ କୌଣସି କାରଣବଶତଃ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । କିଛି ସମୟ ପରେ ଅଚାନକ ଯୁବକ ଜଣକ ବ୍ରିଜ୍ ପାଖରେ ଗାଡି ରୋକିବା ସହ ହଠାତ୍ କାଠଯୋଡି ନଦୀ ମଧ୍ୟକୁ ଡେଇଁ ପଡିଥିଲେ ।

ଯୁବକ ଜଣକ ନଦୀ ମଧ୍ୟକୁ ଅଚାନକ ଡେଇଁବା ପରେ ତାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ମଧ୍ୟ ଛୁଆକୁ ଧରି ନଦୀକୁ ଡେଇଁବାକୁ ଚେଷ୍ଟା କରିଥିଲେ । ଏହା ଦେଖି ନିକଟରେ ଉପସ୍ଥିତ ବ୍ୟକ୍ତିମାନେ ତାଙ୍କୁ ଅଟକାଇ ଦେଇଥିଲୁ ।

ପରବର୍ତ୍ତୀ ସମୟରେ ସଦର ପୋଲିସ ଏବଂ ଓଡ୍ରାଫ୍ ଟିମ୍ ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ଲାଗି ଖୋଜାଖୋଜି କରୁଥିବା ବେଳେ ଏହି ଘଟଣାରେ ପୋଲିସ ମହିଳାଙ୍କୁ ପଚରାଉଚରା କରିଛି ।

Leave A Reply

Your email address will not be published.