Latest Odisha News

BREAKING NEWS

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ‘ଦେଶର ପ୍ରତ୍ୟେକ ମାଆ-ଝିଅ ଶକ୍ତିର ରୂପ, ଆଉ ମୁଁ ତାଙ୍କ ପୂଜାରୀ’

ନୂଆଦିଲ୍ଲୀ: ବାଜିସାରିଛି ନିର୍ବାଚନ ବିଗୁଲ। ଦେଶରେ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ତେବେ ପୂର୍ବତନ କଂଗ୍ରେସ ସଭାପତି ତଥା କେରଳର ୱାୟନାଡ଼ ସାଂସଦ ରାହୁଲ ଗାନ୍ଧୀଙ୍କ ଆଉ ଏକ ବିବୃତ୍ତି ଉପରେ ଦୃଢ଼ ଆପତ୍ତି ଜଣାଇ ବିଜେପି ଆକ୍ରମଣ କରିଛି। ଗାନ୍ଧୀଙ୍କୁ ଟାର୍ଗେଟ୍‌ କରି ମୋଦି କହିଛନ୍ତି, ଦେଶର ପ୍ରତ୍ୟେକ ମାଆ ଏବଂ ଝିଅ ଶକ୍ତିଙ୍କର ରୂପ। ମୁଁ ସେମାନଙ୍କର ପୂଜାରୀ।

ସୂଚନା ଥାଉକି, ହିନ୍ଦୁ ଧର୍ମର ‘ଶକ୍ତି’ ଶବ୍ଦ ବିଷୟରେ ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଥିଲେ ଯେ ସେ ଶକ୍ତି ସହିତ ଲଢୁଛନ୍ତି, ତା’ପରେ ବିଜେପି ଏହାକୁ ସନାତନ ଧର୍ମ ପାଇଁ ଆଉ ଏକ ଅପମାନ ବୋଲି କହିଛି। ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁଁ ଏହି ଆହ୍ୱାନକୁ ଗ୍ରହଣ କରେ ଏବଂ ଏହି ଶକ୍ତି ସ୍ୱରୂପ ମାତା ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ମୋ ଜୀବନକୁ ବିପଦରେ ପକାଇ ପାରିବି।

ସେ ଆହୁରି ମଧ୍ୟ କହିଛନ୍ତି, ଲୋକସଭା ନିର୍ବାଚନ ଘୋଷଣା କରାଯାଇଛି। ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ପର୍ବ ଆରମ୍ଭ ହୋଇଛି ଏବଂ ମେ’ ୧୩ରେ ତେଲଙ୍ଗାନାର ଲୋକମାନେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ମେ’ ୧୩ରେ ତେଲଙ୍ଗାନାରେ ହେବାକୁ ଥିବା ଭୋଟ୍‌ ‘ବିକଶିତ ଭାରତ’ ପାଇଁ ହେବ ଏବଂ ଯେତେବେଳେ ଭାରତର ବିକାଶ ହେବ, ତେଲଙ୍ଗାନାର ମଧ୍ୟ ବିକାଶ ହେବ।

 

Comments are closed.