ବାଙ୍ଗାଲୁରୁ: ପୁଣେ-ବାଙ୍ଗାଲୁରୁ ହାଇଓ୍ୱେ ଉପରେ ଗତକାଲି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ୪୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ୪୮ଟି ଗାଡି ପରସ୍ପର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଯଦିଓ କାହାର ମୃତ୍ୟ ହୋଇନାହିଁ, ୩୦ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଣେର ନଭାଲେ ପୋଲ ଉପରେ ଗତକାଲି ରାତି ୮.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ସୂଚନା ପାଇବା ପରେ ପୁଣେର ଅଗ୍ନିଶମ ବିଭାଗ ଏବଂ ମହାନଗର ନିଗମ ବିକାଶ ପ୍ରାଧିକରଣ କର୍ମଚାରୀମାନେ ଉଦ୍ଧାର ପାଇଁ ସେଠାରେ ପହଞ୍ଚି ଥିଲେ ଏବଂ ଆହତ ମାନଙ୍କୁ ଡାକ୍ତରଖାନା ନିଆଯାଇଛି ।
ପୋଲିସର କହିବାନୁସାରେ, ଦୁର୍ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ବ୍ରେକ ଫେଲ ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୋଲ ଉପରୁ ଗାଡି ଓହ୍ଲେଇବା ବେଳେ କଣ୍ଟେନର ବ୍ରେକ ଫେଲ ହେବା ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ୪୮ଟି ଗାଡି ପରସ୍ପର ସହ ପିଟି ହୋଇଥିଲା ।
Comments are closed.