Latest Odisha News

BREAKING NEWS

ନଦୀକୁ ଖସିପଡିଲା ପୋଲ; ୯ ମୃତ, ୧୦ ଗୁରୁତର

ଅହମଦାବାଦ: ଗୁଜୁରାଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଭଦୋଦରାର ପାଦରା ଏବଂ ଆନନ୍ଦ ଜିଲ୍ଲାକୁ ସଂଯୋଗ କରୁଥିବା ମହିସାଗର ନଦୀ ଉପରେ ନିର୍ମିତ ୪୫ ବର୍ଷ ପୁରୁଣା ପୋଲଟି ନଦୀକୁ ଭୁଶୁଡ଼ି ପଡ଼ିଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୧୦ ଜଣଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ସମୟରେ ପୋଲ ଉପର ଦେଇ ଯାଉଥିବା ଦୁଇଟି ଟ୍ରକ୍, ଗୋଟିଏ ବୋଲେରୋ ଏବଂ ଗୋଟିଏ ଜିପ୍ ସମେତ ଚାରୋଟି କାର୍ ମହିସାଗର ନଦୀରେ ଖସି ପଡ଼ିଥିଲା । ପୋଲ ଭୁଶୁଡ଼ି ପଡ଼ିବା ଯୋଗୁଁ ଏକ ଟ୍ୟାଙ୍କର ଏବେ ବି ପୋଲ ଉପରେ ଝୁଲିକି ରହିଛି ।

ଏହି ଦୁର୍ଘଟଣା ଘଟିବା ପରେ ମୁଜପୁର ସମେତ ନିକଟବର୍ତ୍ତୀ ଗାଁର ଲୋକଙ୍କ ଭିଡ଼ ଘଟଣାସ୍ଥଳରେ ଜମା ହୋଇଥିଲା । ଏହା ସହିତ ପାଦରା ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୂଚନା ଯୋଗ୍ୟଯେ, ଏହି ସେତୁକୁ ପାଦରା-ଗମ୍ଭୀରା ସେତୁ ମଧ୍ୟ କୁହାଯାଏ । ଏହି ସେତୁ ଭୁଶୁଡ଼ିବା ସୂଚନା ପାଇବା ମାତ୍ରେ ମୁଜପୁର ଗାଁର ଲୋକମାନେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ମହି ନଦୀରେ ଖସି ପଡ଼ିଥିବା ଗାଡ଼ି ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ପ୍ରଶାସନିକ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ନଦୀରେ ପଡ଼ିଥିବା ଗାଡ଼ିଗୁଡ଼ିକୁ ବାହାର କରିବା କାମ ଆରମ୍ଭ ହୋଇଛି ।

ଏହି ଘଟଣା ପରେ, ସ୍ଥାନୀୟ ଲୋକମାନେ ଦୁର୍ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ଏହି ଦୁର୍ଘଟଣାଗ୍ରସ୍ତ ପୋଲିଟି ଦଶନ୍ଧି ପୁରୁଣା ହୋଇଥିବାରୁ ଏହାର ମରାମତି ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲା, କିନ୍ତୁ ପ୍ରଶାସନ ଏହାକୁ ଅଣଦେଖା କରିଥିଲା । ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଚେତାବନୀ ସତ୍ତ୍ୱେ, କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ, ଯାହା ଫଳରେ ସେତୁ ଭୁଶୁଡ଼ି ପଡ଼ିଥିଲା ​​ଏବଂ ଅନେକ ମୃତାହତ ହୋଇଛନ୍ତି । ସେମାନେ କହିଛନ୍ତି ଯେ ଭଦୋଦରା ଏବଂ ଆନନ୍ଦ ମଧ୍ୟରେ ଏକ ପ୍ରମୁଖ ରାସ୍ତା ଗମ୍ଭୀର ସେତୁ ବର୍ଷ ବର୍ଷ ଧରି ବହୁତ ଜରାଜୀର୍ଣ୍ଣ ହୋଇଯାଇଥିଲା ଏବଂ ଭାରୀ ଯାତାୟାତ ପାଇଁ ଉପଯୁକ୍ତ ହୋଇନଥିଲା ।

Comments are closed.