Latest Odisha News

ସମ୍ବଲପୁର ଟାର୍‌ କାରଖାନାରେ ଅଗ୍ନିକାଣ୍ଡ

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜୟନ୍ତପୁରର ଏକ ଟାର୍ କାରଖାନାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। କିନ୍ତୁ ଅଗ୍ନିକାଣ୍ଡରେ ବିଭିନ୍ନ ସାମଗ୍ରୀ ଏବଂ ଦ୍ରବ୍ୟର ବ୍ୟାପକ କ୍ଷତି ଘଟିଥିବା ସୂଚନା ମିଳିଛି।

ନିଆଁ ଲାଗିବା ଯୋଗୁ ପ୍ରବଳ ଧୂଆଁ ଏବଂ ଉତ୍ତାପରେ ଏହି ଅଞ୍ଚଳରେ ପରିପୂର୍ଣ୍ଣ ହୋଇଯାଇଥିଲା। ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏହାପରେ ଫାୟାର୍‌ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁ ଲିଭାଇବାକୁ ସେମାନଙ୍କୁ ଅନେକ ଘଣ୍ଟା ଲାଗିଥିବା ଜଣାପଡ଼ିଛି।

ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି।

Comments are closed.