Latest Odisha News

BREAKING NEWS

ସାତକୋଶିଆ ଇକୋ ରିଟ୍ରିଟରେ ଲାଗିଲା ନିଆଁ; ଜଳିଗଲା ୩ଟି ଟେଣ୍ଟ

ସାତକୋଶିଆ: ସାତକେୋଶିଆ ଇକୋ ରିଟ୍ରିଟରେ ଘଟିଛି ଅଗ୍ନିକାଣ୍ଡ । ଆଜି ଭୋର ୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଖିପିଛୁଳାକେ ଜଳି ଯାଇଛି ୩ଟି ଟେଣ୍ଟ ।

ସୂଚନାନୁସାରେ, ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ଏନେଇ ଆଇପିଏସ ସଞ୍ଜୀବ ପଣ୍ଡା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି। ଏହାସହ କାହାରି କୌଣସି କ୍ଷତି ହୋଇନଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ସଞ୍ଜୀବ।

ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିବା ବେଳେ କୌଣସି ଧନଜୀବନ ହାନୀ ହୋଇ ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.