Latest Odisha News

BREAKING NEWS

ଖରା ଦିନେ କେମିତି ଦେଖାଯିବେ ଟ୍ରେଣ୍ଡି ଏବଂ ଷ୍ଟାଇଲିସ୍ …

ଶୀତ ଆଉ ନାହିଁ, ଫେବ୍ରୁଆରୀ ମାସ ନ ସରୁଣୁ ଖରାର ପ୍ରକୋପ ବି ବଢିଲାଣି । ତେଣୁ ଏବେ ଖରାକୁ ଦେଖି ନିଜର ଡ୍ରେସ ଚୁଜ୍ କରିବାର ସମୟ ଆସିଗଲାଣି । ଋତୁ ଅନୁସାରେ ବଦଳାଇବାକୁ ପଡିଥାଏ ଫ୍ୟାଶନ ।

ତେବେ ଖରା ଦିନେ କଣ ପିନ୍ଧିଲେ ଆପଣ ଷ୍ଟାଇଲିସ ଏବଂ ଫ୍ୟାସନେବଲ୍ ଦେଖାଯିବେ । ଏହା ସହିତ କେଉଁ ପ୍ରକାର ଡ୍ରେସ୍ ଆପଣଙ୍କୁ ଆରାମ ଦେଇପାରିବ କିଛି ଟିପ୍ସ :-

ଫ୍ଲ୍ୟୋରଡ୍ ଜିନ୍ସ ଏବଂ ସ୍ଲିଭଲେସ ଟପ୍ସ 


ଅଧିକରୁ ଅଧିକ ମହିଳାମାନେ ଏହି ସମୟରେ ଫ୍ଲ୍ୟୋରଡ୍ ଜିନ୍ସ ପିନ୍ଧିବାରେ ବେଶ୍ ଆରାମ ଅନୁଭବ କରନ୍ତି । ଏହି ଋତୁରେ ସୁନ୍ଦର ତଥା ଷ୍ଟାଇଲିସ୍ ଦେଖାଯିବା ପାଇଁ ଫ୍ଲ୍ୟୋରଡ୍ ଜିନ୍ସ କିଣନ୍ତୁ ଏବଂ ଏହା ସହିତ ସ୍ଲିଭଲେସ ଟପ୍ସ, କ୍ରପ ଟପ୍ସ ଏବଂ ଟ୍ୟାଙ୍କ ଟପ୍ସ ଆଦି ପିନ୍ଧି ପାରିବେ।

ଫ୍ଲୋରାଲ୍ ଡ୍ରେସ


ଏହି ଦିନେ ଫ୍ଲୋରାଲ୍ ଡ୍ରେସ ନିହାତି ପରିଧାନ କରନ୍ତୁ । ଲମ୍ବା ହେଉ ବା ଛୋଟ ଡ୍ରେସ ଏହା ଆପଣଙ୍କୁ ନିଶ୍ଚିନ୍ତ ଭାବେ ଏକ ଷ୍ଟାଇଲିସ ଲୁକ୍ ପ୍ରଦାନ କରିବ। ଆପଣ କମଳା, ଗୋଲାପି, ହଳଦିଆ, ନାଲି ପରି ରଙ୍ଗ ବାଛନ୍ତୁ , ଏହା ସାଧାରଣ ଦେଖାଗଲେ ମଧ୍ୟ ଆପଣ ଏହାକୁ ପିନ୍ଧିଲେ ଫ୍ୟାସନେବଲ୍ ଦେଖାଯିବେ।

ଢିଲା ବା ଆରାମଦାୟକ ସାର୍ଟ


ଖରାଦିନେ ସାଧାରଣତଃ ଢିଲା ଡ୍ରେସ୍ ପିନ୍ଧିବା ପାଇଁ ବେଶ୍ ଆରାମ ଦେଇଥାଏ। ହାଲୁକା ରଙ୍ଗର ସ ଯଦି ଆପଣଙ୍କୁ ଘରୁ ବାହାରକୁ ଯିବାକୁ ପଡୁଛି ତେବେ ୂତା ବା ଲିଲେନ୍ ସାର୍ଟ ଚୟନ କରିପାରିବେ ଯାହା ଆପଣଙ୍କୁ ଅସହ୍ୟ ଗରମରୁ ରକ୍ଷା କରିବ। ଏହା ସହିତ ଅଳ୍ପ ମେକଅପ୍ ଆପଣଙ୍କ ଲୁକ୍ କୁ ପରଫେକ୍ଟ କରିବ ।

ଫ୍ଲୋଇ ସ୍କର୍ଟ
ଏହି ଋତୁରେ ଆରାମଦାୟକ ପୋଷାକ ମଧ୍ୟରେ ସ୍କର୍ଟ ହେଉଛି ଅନ୍ୟତମ। ବିଭିନ୍ନ ପ୍ରିଣ୍ଟର ତଥା ଝାଲର ଯୁକ୍ତ ସ୍କର୍ଟ ସହ କ୍ରପ୍ ଟପ୍ ତଥା ଗାଢ ରଙ୍ଗର ଟପ୍ ପିନ୍ଧିପାରିବେ। ଟୋପି, ଚଷମା ଏବଂ ଗ୍ରୀଷ୍ମକାଳୀନ ଯୋତା ପିନ୍ଧିବାକୁ ଭୁଲନ୍ତୁ ନାହିଁ ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍ ପ୍ରଦାନ କରିବ।

Leave A Reply

Your email address will not be published.