Latest Odisha News

BREAKING NEWS

ଖରାଦିନରେ ଏହିଭଳି ନିଅନ୍ତୁ ନିଜର ଯତ୍ନ; ଶରୀରରୁ କମ୍ ହେବ ନାହିଁ ଜଳିୟାଂଶ

ଭୁବନେଶ୍ୱର: ମାଘ ମାସ ନସରୁଣୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରବଳ ଗ୍ରୀଷ୍ଣ ପ୍ରଭାବ। ଲୋକେ ଘରୁ ବାହାରକୁ ବାହାରିିବାକୁ ଡରୁଛନ୍ତି ।କିନ୍ତୁ ଯେତେ ଖରା ହେଲେ ବି ଦୈନଦିନ କାର୍ଯ୍ୟ ତ କରିବାକୁ ପଡିଥାଏ । ଖରାକୁ ଅଟକାଇ ହେବନାହିଁ ମାତ୍ର ଏହା ଦାଉରୁ ନିଜକୁ କିପରି ରକ୍ଷା କରିବା ଆସନ୍ତୁ ଜାଣିବା।

ଖରାଦିନ ଆସିଲା ମାତ୍ରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । ଯାହା ସିଧାସଳଖ ପାଚନକ୍ରିୟାରେ ଦେଖାଯାଏ । ସେଥିପାଇଁ ଆପଣମାନେ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ ।

ଏହାବ୍ୟତୀତ ଖରାଦିନେ ଅଧିକ ମାତ୍ରାରେ ଶୋଷ ଲାଗିଥାଏ । ସେଥିପାଇଁ କେଉଁ ପ୍ରକାରର ଥଣ୍ଡା ପାନୀୟ ରସ ଶରୀର ପାଇଁ ଲାଭଦାୟକ ହେବ ଆସନ୍ତୁ ଜାଣିବା ।

ପଇଡ ପାଣି: ପଇଡ ପାଣିରେ ଅନେକ ଭିଟାମିନ୍ ଏବଂ ମିନେରାଲ ରହିଥାଏ । ଏହାକୁ ଖରାଦିନେ ପିଇଲେ ଅନେକ ଲାଭ ମିଳିଥାଏ।

ଲେମ୍ବୁ ପାଣି: ଶରୀର ଜଳାପୋଡା,ସନଷ୍ଟ୍ରୋକ ହେବାରୁ ରକ୍ଷା କରିଥାଏ ଲେମ୍ବୁ ପାଣି ।

ଦହି: ଖରାଦିନେ ସକାଳ,ଦ୍ୱିପ୍ରହର ଏବଂ ସଂନ୍ଧ୍ୟାରେ ଦହି ଖାଇବା ଉଚିତ୍ । ଏହାଦ୍ୱାରା ଶରୀରରେ ଥଣ୍ଡା ଅନୁଭବ ହୋଇଥାଏ । ଦହିରେ ଭିଟାମିନସ୍, ପ୍ରୋଭିଟାମିନ୍ସ ଭରପୁର ମାତ୍ରାରେ ଥିବା ଯୋଗେ ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ଭଲ ରଖିଥାଏ ।

ପାନ ମଧୁରୀ: ଏହାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ ।

Leave A Reply

Your email address will not be published.