Latest Odisha News

ମୁମ୍ବାଇ ମାନଖୁର୍ଦରେ ଭୀଷଣ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟରେ ୧୫ଟି ଦମକଳ ଗାଡି ନିୟୋଜିତ

ମୁମ୍ବାଇ: ମୁମ୍ବାଇ ମାନଖୁର୍ଦରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବାର ସୂଚନା ମିଳିବା ପରେ ୧୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ।  ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଫାୟାର ବ୍ରିଗେଡ୍ ପକ୍ଷରୁ ନିଆଁକୁ ନିୟନ୍ତ୍ରଣରେ କରିବାର ଚେଷ୍ଟା ଚାଲିଛି । ଅଗ୍ନିକାଣ୍ଡ ଏବେ ଭୟଙ୍କର ଯେ, ୧୦-୧୫ ଫୁଟ ପର୍ଯ୍ୟନ୍ତ ଧୂଆ ଦେଖିବାକୁ ମିଳିଥିଲା ।

ମଧ୍ୟାହ୍ନ ୨ଟା ୪୪ ମିନିଟ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁକୁ ନିୟନ୍ତ୍ରଣ କରିବାର ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । 

Comments are closed.