Latest Odisha News

BREAKING NEWS

ଓଡିଶାର ଅନୀଲ ବହିଦାର ହେଲେ ବିଏଫଆଇର ଉପ ସଭାପତି, ଅଜୟ ସିଂ ସଭାପତି

ଭୁବନେଶ୍ୱର: ଓଡିଶାର ଅନୀଲ ବହିଦାରଙ୍କୁ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ(ବିଏଫଆଇ) ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଗୁରୁଗାଁଓଠାରେ ଅନୁଷ୍ଠିତ ନିର୍ବାଚନରେ ଅଜୟ ସିଂ ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ସ୍ପାଇଶ ଜେଟ ଏୟାରଲାଇନ୍ସର ଚେୟାରମ୍ୟାନ ଅଜୟ ୩୭-୨୭ ଭୋଟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ । ଆସାମାର ହେମନ୍ତ କୁମାର କାଲଟିଆ ସେକ୍ରେଟାରୀ ଜେନେରାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ନିର୍ବାଚନ ସଫଳତାର ସହ ଆୟୋଜିତ ହୋଇଥିଲା ।

ଅନୀଲ  ଓଡିଶା ଆମେଚର ବକ୍ସିଂ ଆସୋସିଏଶନ(ଓଏବିଏ)ର ସେ ସମ୍ପାଦକ ମଧ୍ୟ ଅଛନ୍ତି । ଓଏବିଏର ସଭାପତି ଅଧୀପ ଦାସ, ଓଡିଶା ଆଥଲେଟିକ ଆସୋସିଏଶନର ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ଜଗମୋହନ ପଟ୍ଟନାୟକ, ଅଭିଜିତ ପାଲ, ପ୍ରଭାତି କୁମାର ଭୋଇ ଓ ଶିଶିର ପାଣିଗ୍ରାହୀ ଏଥିନେଇ ଅନୀଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୁନ୍ଦରଗଡରେ ଜନ୍ମିତ ଅନୀଲଙ୍କ ଅଭିଜ୍ଞତା ବିଏଫଆଇକୁ ଫାଇଦାରେ ରଖିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଏହା ବ୍ୟତୀତ ଆସୋସିଏଶନର ପୂର୍ବାଂଚଳ ଉପ ସଭାପତ ଯଶଲାଲ ପ୍ରଧାନ, ଦକ୍ଷିଣ-ପୂର୍ବର ଅନୀଲ କୁମାର ଓ ଦକ୍ଷିଣାଂଚଳର ଆର.ଗୋପୂୁ ମଧ୍ୟ ଅନୀଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.