Latest Odisha News

BREAKING NEWS

ଆଇପିଏସ ସ୍ତରରେ ଅଦଳବଦଳ; ପୁରୀ ଏସ୍ପି ହେଲେ ପ୍ରତୀକ ସିଂହ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ୧୮ ଜଣ ଆଇପିଏସ ଏବଂ ଓପିଏସ ଅଧିକାରୀଙ୍କୁ ଅଦଳ ବଦଳ କରି ନୂଆ ନିଯୁକ୍ତି ଦେଇଛନ୍ତି। ଏ ସମସ୍ତ ନୂତନ ନିଯୁକ୍ତିକୁ ନେଇ ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ ୧୯୯୫ ବ୍ୟାଚ୍ ଆଇପିଏସ ସନ୍ତୋଷ ବାଲାଙ୍କୁ SFSLର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ୨୦୦୨ ବ୍ୟାଚ୍ ର ଆଇପିଏସ ଏସ ପ୍ରବୀଣ କୁମାରଙ୍କୁ ପୋଲିସ ଆଇ ଜି ପ୍ରୋଭିଜନିଂ ଭାବରେ ନିଯୁକ୍ତି ଦିଆଯାଇଛି।

ସେହିପରି ୨୦୦୨ ଵ୍ୟାଚ୍ ର ଆଇପିଏସ ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ପୋଲିସ IG, ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ଭାବରେ ନିଯୁକ୍ତି ଦିଆଯାଇଛି। ୨୦୦୩ ବ୍ୟାଚ ଆଇପିଏସ ସଞ୍ଜୟ କୁମାର କୌଶଲଙ୍କୁ ପୋଲିସର IG ଅର୍ଥନୈତିକ ଅପରାଧ ଶାଖା (EOW) ଭାବରେ ସ୍ଥାନାନ୍ତର କରାଯାଇଛି।

ଅପରପକ୍ଷରେ ୨୦୦୭ ବ୍ୟାଚ୍ ଆଇପିଏସ ଅଭିନାଶ କୁମାରଙ୍କୁ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋର ମୁଖ୍ୟ ଭାବରେ ଚୟନ କରାଯାଇଥିବା ବେଳେ ୨୦୦୮ ବ୍ୟାଚ୍ ଆଇପିଏସ ସତ୍ୟଜିତ ନାୟକଙ୍କୁ କେନ୍ଦ୍ରୀୟ ରେଞ୍ଜର DIG ପୋଲିସ ଭାବରେ ଦାୟିତ୍ୱ ଦିଆଯାଇଛି। ସେହିପରି ୨୦୧୧ ମସିହାର ଆଇପିଏସ୍ ପିନାକ ମିଶ୍ରଙ୍କୁ ପୂର୍ବାଞ୍ଚଳ ରେଞ୍ଜର ପୋଲିସ ଡିଆଇଜି ଭାବରେ ପଦୋନ୍ନତି ମିଳିଛି।

ସେହିପରି ୨୦୧୪ ବ୍ୟାଚ ଆଇପିଏସ୍ ପ୍ରତୀକ ସିଂହଙ୍କୁ ପୁରୀର ଏସ୍ପି ଓ ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧାର ଏସ୍ପି ଏବଂ ୨୦୧୩ ଆଇପିଏସ୍ ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ କ୍ରାଇମ୍ ବ୍ରାଞ୍ଚର ଏସ୍ପି ଭାବରେ ବଦଳି କରାଯାଇଛି।

୨୦୧୯ ବ୍ୟାଚ ଆଇପିଏସ୍ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଙ୍କୁ ଝାରସୁଗୁଡାର ଏସ୍ପି ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ୨୦୨୧ ବ୍ୟାଚ ଆଇପିଏସ୍ ଅମ୍ରିତପାଲ କୌରଙ୍କୁ ସୁନ୍ଦରଗଡ଼ର ଏସ୍ପି ଭାବରେ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ଓପିଏସ୍ ଅଧିକାରୀ ଭବାନୀ ଶଙ୍କର ଉଦ୍ଗାତାଙ୍କୁ କଟକର ରେଳବାଇ ଏସ୍ପି ଭାବରେ ନିଯୁକ୍ତି ଦିଆଯାଇଛି।

Comments are closed.