ତୀବ୍ର ଭୂମିକମ୍ପରେ ଥରି ଉଠିଲା ତୁର୍କୀ ଓ ଗ୍ରୀସ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଏଥିରେ ବହୁ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି ।
ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ମାଟିରେ ମିଶିଛି ବହୁ ବଡ଼ ବଡ଼ ଅଟ୍ଟାଳିକା । ଲୋକମାନେ ଘରୁ ବାହାରକୁ ବାହାରି ଆସିବା ସହ ଏଣେତେଣେ ଦୌଡ଼ିଥିଲେ । ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଆଗକୁ ଆହୁରି ଅଧିକ ବଢ଼ିପାରେ ମୃତ୍ୟୁସଂଖ୍ୟା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ଆମେରିକାର ଭୂତତ୍ତ୍ୱ ସର୍ଭେ ସଂସ୍ଥାର ଆକଳନ ଅନୁସାରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିଲା ଗ୍ରାକ୍ ଟାଉନଠାରୁ ୧୪ କିଲୋମଟର କାର୍ଲୋଭାସି । ତୁର୍କୀର ଓ୍ୱେଷ୍ଟର୍ଣ୍ଣ ଇଜମୀର ପ୍ରଦେଶ ଓ ଗ୍ରୀସ ଦ୍ୱୀପ ବେଶୀ ପ୍ରଭାବିତ ହୋଇଛନ୍ତି । ବ୍ୟାପକ ଧନଜୀବନ ହାନୀ ହୋଇଛି । କେଉଁଠି ରାସ୍ତା ଦବିଯାଇଥିବା ବେଳେ ମାଟି ଫାଟି ଯାଇଛି ।
Comments are closed.