Latest Odisha News

ପବିତ୍ର ‘କୁମାର ପୂର୍ଣ୍ଣିମା’ ଅବସରରେ ସାରା ଓଡିଶା ଉତ୍ସବମୁଖର

ଭୁବନେଶ୍ୱର: ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୂର୍ଣ୍ଣିମା।

ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । କୁମାରୀ ମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ ହୋଇଥାଏ।

ଆଜିର ଦିନରେ ବଡିଭୋରରୁ ଉଠି କୁମାରୀମାନେ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ପ୍ରସ୍ତୁତ ହୋଇପଡନ୍ତି ସକାଳର ପୂଜାରେ (ଆଞ୍ଜୁଳି ଟେକା) । ଗୁଆ, ଖଇ, ଫଳ ଓ ଫୁଲର ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତି । ସନ୍ଧ୍ୟା ହେଲା ମାତ୍ରେ କଦଳୀ, ଗୁଡ ପରି ବିଭିନ୍ନ ଦ୍ରବ୍ୟର ସମ୍ମିଶ୍ରଣରେ ଚଉଁରା ମୂଳରେ ଜହ୍ନ ତିଆରି କରି ଚନ୍ଦ୍ର ପୂଜା କରିଥାନ୍ତି ।

ସେହିପରି ସନ୍ଧ୍ୟା ସମୟରେ ଚଉଁରା ମୂଳରେ ବନ୍ଦାପନା କରି ପୂଜା ଶେଷ ହେବାପରେ କୁମାରୀମାନେ ଚାନ୍ଦ ଭୋଗ ଖାଆନ୍ତି ।

ଏହି କୁମାର ପୁର୍ଣ୍ଣିମା ଅବସରରେ ଗାଁ ଗହଳୀରେ ସାରା ରାତି ପୁଚି ଖେଳ, ପଶାଖେଳ, କବାଡି ଆଦିର ଆସର ଜମିଥାଏ ।

 

Leave A Reply

Your email address will not be published.