ନୂଆପଡା : ମନରେଗା ଯୋଜନାରେ ମହାଘୋଟାଲା । ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଞ୍ଚୁନି । ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଖାମଖିଆଲ ନୀତି ଯୋଗୁଁ ଅର୍ଥ ହେରଫେର ଓ ମନରେଗା କାମରେ ଅନିୟମିତତାର ଅଭିଯୋଗ ଆସୁଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଡ ବ୍ଲକରୁ । ଚଳିତ ବର୍ଷ ଏହି ଯୋଜନାରେ ଖଡ଼ିଆଳ ବ୍ଲକ ରେ ହାରାହାରି ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବାବେଳେ ଏଥିରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି ।
ଏହି ଯୋଜନା କୁ କାର୍ଯ୍ୟକାରୀ କରୁଥିବା ସରକାରୀ କର୍ମଚାରୀମାନେ ନୀତି ନିୟମ ଉଲଂଘନ କରି କେଉଁଠି ସୂଚନା ଫଳକ ଲଗାଉନାହାନ୍ତି । କି କିଛି ସଠିକ୍ ତଥ୍ୟ ମଧ୍ୟ ଦେଉନାହାଁନ୍ତି । ଏପରିକି ଶ୍ରମିକ ମାନଙ୍କ ଜବ କାର୍ଡ ରେ ମଧ୍ୟ ଏପଟ ସେପଟ କରି ଲକ୍ଷ ଲକ୍ଷ ଟଙ୍କା ବିଲ କରି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ଆଣିଛନ୍ତି ସାମାଜିକ ସମୀକ୍ଷା ସଦସ୍ୟ ।
ଯାହାକି ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିରି ରେ ସ୍ପଷ୍ଟ ବାରି ହୋଇଛି । ଏହାକୁ ନେଇ ଖଡ଼ିଆଳ ବ୍ଲକ ଅଧକ୍ଷ୍ୟା ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେପଟେ ଘଟଣାର ସଠିକ୍ ତର୍ଜମା କରି ଠିକ ଭାବରେ ଯୋଜନା କୁ ପରିଚାଳିତ କରିବା ପାଇଁ ନୂଆପଡା PD DRDA ପ୍ରତିଶ୍ରୁତି ଦେଇଥିବାବେଳେ ବ୍ୟାପକ ଅର୍ଥ ହେରଫେର ଘଟଣା କୁ ସ୍ୱୀକାର କରିଛନ୍ତି ରାଜ୍ୟ ସାମାଜିକ ସମୀକ୍ଷା ବିଶେଷଜ୍ଞ ।
Comments are closed.